ଦିନକ ପରେ ବିବାହ ବାର୍ଷିକୀ ପାଳନ କରିଥାନ୍ତେ, ହେଲେ ତା’ପୂର୍ବରୁ ଦେଶ ପାଇଁ ସହିଦ ହୋଇଗଲେ ଓଡ଼ିଆ ଯବାନ, ଦେଖନ୍ତୁ ଭିଡ଼ିଓ...

odia soldier died after attack from militant

ଓଡ଼ିଆ ଗସିପ୍ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରର ପୁଞ୍ଛରେ ଆତଙ୍କବାଦୀ ନିରୋଧୀ ଅପରେସନରେ ସାମିଲ ଥିବା ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଛନ୍ତି । ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ ।

ସହିଦ ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଅଛନ୍ତି । ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମ ପଞ୍ଚାୟତର ଖଣ୍ଡାୟତ ସାହିରେ । ୨୦୨୧ ମସିହା ଅକ୍ଷୟ ତୃତୀୟାରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ଦେବାଶିଷ ବିବାହ କରିଥିବାବେଳେ ତାଙ୍କର ୭ ମାସର କନ୍ୟା ସନ୍ତାନ ରହିଛି ।

ଆହୁରି ପଢ଼ନ୍ତୁ: ନାଟକ ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଦିନକ ପରେ ଦେବାଶିଷ ବିବାହ ବାର୍ଷିକୀ ପାଳନ କରିଥାନ୍ତେ, କିନ୍ତୁ ତା’ ପୂର୍ବରୁ ସେ ସହିଦ ହୋଇଯାଇଛନ୍ତି । ଦେବାଶିଷଙ୍କ ବିୟୋଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀମାନେ ତାଙ୍କୁ ଝୁରି ଝୁରି କାନ୍ଦୁଛନ୍ତି । ପୁରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଦେବାଶିଷ ଥିଲେ ଘରର ବଡ଼ ପୁଅ । ଦେଶ ପାଇଁ ଭାଇ ସହିଦ ହେବା ପରେ ସମ୍ପର୍କୀୟ ଭାଇ କାନ୍ଦି କାନ୍ଦି କହିଛନ୍ତି, ‘ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସେ ପିଲା ଥିଲା । ସେ କାହାକୁ କିଛି ବି କୁହେ ନାହିଁ । ଆମ ଗାଁ ପାଇଁ ସେ ଗର୍ବ ଥିଲା । ଦଶହରାରେ ଯେତେବେଳେ ଦେବାଶିଷ ଗାଁକୁ ଆସେ ଆମ ସହ ସେ ପାଇକ ଖେଳେ । ସେସବୁ ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି ।

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: ହାଇବ୍ରିଡ ସୂର୍ଯ୍ୟ ପରାଗ କ’ଣ ? ପ୍ରତି ଶହେ ବର୍ଷରେ ଥରେ ପଡିଥାଏ ଏହି ପରାଗ

ସୂଚନାଥାଉ କି, ଗତକାଲି ପୁଞ୍ଛରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନେ ହେଲେ ହାବିଲଦାର ମନଦୀପ ସିଂ, ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଓ କୁଲୱନ୍ତ ସିଂ, ସିପାହୀ ହରକ୍ରିଷନ ସିଂ ଓ ସେବକ ସିଂ । ସେନାର White Knight Corps ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି ।

Share this story

World Odia Language Conferene