ହାଇବ୍ରିଡ ସୂର୍ଯ୍ୟ ପରାଗ କ’ଣ ? ପ୍ରତି ଶହେ ବର୍ଷରେ ଥରେ ପଡିଥାଏ ଏହି ପରାଗ

What is Hybrid solar eclipse

ଓଡ଼ିଆ ଗସିପ ବ୍ୟୁରୋ: ଏପ୍ରିଲ 20ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଦେଖାଦେଇଥିଲା । ହେଲେ ଚଳିତ ବର୍ଷ ଗୋଟିଏ ନୁହେଁ ଲାଗିବ ୩ଟି ପରାଗ । ଯାହାକୁ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କୁହାଯାଏ ।

ଏହି ପରାଗ ସକାଳ ୭ଟା ୪ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୨୯ ରେ ଶେଷ ହେବ । ଏହାର ଅବଧି ୫ ଘଣ୍ଟା ୨୪ ମିନିଟ୍ ରହିବ । ଦୀର୍ଘ ୧୦୦ ବର୍ଷ ପରେ ଏହି ପରାଗ ଲାଗୁଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ।

ଏହି ପରାଗ ଭାରତରେ ଦୃଶ୍ୟମାନ ହଉନଥିଲେ ବି କାମ୍ବୋଡିଆ, ଚୀନ୍ , ଆମେରିକା, ମାଲେସିଆ, ଥାଇଲାଣ୍ଡ ଓ ଇଣ୍ଡେନେସିଆ ଅଞ୍ଚଳରେ ଦୃଶ୍ୟମାନ ହେବ ।

ଆହୁରି ପଢ଼ନ୍ତୁ: କୋର୍ଟରେ ଯୁବତୀଙ୍କୁ ୪ ରାଉଣ୍ଡ ଗୁଳିମାଡ଼, ସାକ୍ଷ୍ୟ ଦେବାକୁ ଆସିଥିବା ବେଳେ ଘଟିଯାଇଥିଲା ଏହି ଅଘଟଣ...

ହାଇବ୍ରିଡ ସୂର୍ଯ୍ୟ ପରାଗ କ’ଣ ?

– ଆଂଶିକ, ପୁର୍ଣ୍ଣ ଓ କୁଣ୍ଡଳାକାର ପରାଗକୁ ହାଇବ୍ରିଡ ସୂର୍ଯ୍ୟ ପରାଗ କୁହାଯାଏ ।

– ହାଇବ୍ରିଡ ସୂର୍ଯ୍ୟ ପରାଗ ପ୍ରତି ଶହେ ବର୍ଷରେ ଥରେ ପଡିଥାଏ ।

– ପରାଗ ସମୟରେ ଚନ୍ଦ୍ର ପୃଥିବୀଠୁ ଦୂରର ନଥାଏ କି ପାଖରେ ବି ନଥାଏ ।

– ପରାଗରେ ସୂର୍ଯ୍ୟ କିଛି ସମୟ ପାଇଁ ରିଙ୍ଗ ଭଳି ଦୃଶ୍ୟମାନ ହୋଇଥାଏ । ରିଙ୍ଗ ଭଳି ଦୃଶ୍ୟକୁ ରିଙ୍ଗ ଅଫ ଫାୟାର ବା ଅଗ୍ନି ବଳୟ ବୋଲି କୁହାଯାଏ ।

ଆହୁରି ପଢ଼ନ୍ତୁ: ମୃତ୍ୟୁର ୨ ଘଣ୍ଟା ପରେ ଉଠି ବସିଲେ ଯୁବକ, ଡାକ୍ତରଙ୍କ ମୁଣ୍ଡ ଟିଣ...

– ସୂର୍ଯ୍ୟ ପରାଗ ୩ଟି ହେଉଥିବାରୁ ସୂର୍ଯ୍ୟ ୩ ପ୍ରକାର ଦୃଶ୍ୟମାନ ହେବେ । ଆଂଶିକ ସୂର୍ଯ୍ୟ ପରାଗରେ ସୂର୍ଯ୍ୟଙ୍କ ଛୋଟ ଅଂଶ ପ୍ରଭାବିତ ହେବ ।

– କୁଣ୍ଡଳାକାର ପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କ ମଝିରେ ରହି ସୂର୍ଯ୍ୟଙ୍କ କିରଣରକୁ ରୋକିଥାଏ ।

– ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ରୁହନ୍ତି । ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ପୃଥିବୀର ଗୋଟିଏ ଭାଗ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଏ ।

Share this story

World Odia Language Conferene