ମୃତ୍ୟୁର ୨ ଘଣ୍ଟା ପରେ ଉଠି ବସିଲେ ଯୁବକ, ଡାକ୍ତରଙ୍କ ମୁଣ୍ଡ ଟିଣ...

Youth wake up after two hours of death

ଓଡ଼ିଆ ଗସିପ ବ୍ୟୁରୋ: କୁହାଯାଏ ବଞ୍ଚିବା, ମରିବା ସବୁ ଉପରବାଲା ହାତରେ । କିନ୍ତୁ ଏମିତି ବି ଚମତ୍କାର ହୁଏ ଯେବେ ମରିଯାଇଥିବା ମଣିଷ ବି ଜିଇଁ ଉଠେ । ଏପରି ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି ଟେକ୍ସାସ୍ ମିସୌରୀରେ ରହୁଥିବା ଯୁବକ ସୈମି ବରକୋଙ୍କ ସହ ।

୧୬ ବର୍ଷିୟ ଯୁବକ ସୈମି ବରକୋଙ୍କୁ ଡାକ୍ତର ମୃତ ଘୋଷଣା କରିବାର ୨ ଘଣ୍ଟା ପରେ ସେ ପୁଣି ଜୀବନ ପାଇଲେ । ଡାକ୍ତର ଏହାକୁ ଏକ ଚମତ୍କାର ଘଟଣା ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା; ୮୫ ମୃତ, ୩୦୦ରୁ ଉର୍ଦ୍ଧ୍ବ ଆହତ

ପର୍ବତାରୋହଣ ସମୟରେ ତଳକୁ ଖସିପଡିଲା ସୈମି । ଫଳରେ ସେ ଚେତାଶୂନ୍ୟ ହୋଇପଡିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକତ୍ସା ଆରମ୍ଭ ହୋଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଟିମ ସୈମିର ଚିକିତ୍ସା କରାଇଥିଲେ ବି ପାରିନଥିଲେ । ତାଙ୍କୁ ସିପିଆରରେ ରଖାଯିବା ପରେ ବି କୌଣସି ସୁଧାର ଦେଖାଯାଇନଥିଲା ।

ଶେଷରେ ସୈମିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ମୃତ ଘୋଷଣା ହେବାର ୨ ଘଣ୍ଟା ପରେ ହଠାତ୍ ସୈମି ହାତ ଗୋଡ ହଲାଇବାକୁ ଲାଗିଲା । ଏହାପରେ ତା’ର ଚେତା ଧିରେ ଧିରେ ସମ୍ପୂର୍ଣ୍ଣ ଭାବେ ଫରିଥିଲା । ଏବେ ସୈମି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା କୁହାଯାଇଛି ।

Share this story

World Odia Language Conferene