ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା; ୮୫ ମୃତ, ୩୦୦ରୁ ଉର୍ଦ୍ଧ୍ବ ଆହତ

85 people killed in stampede during relief camp

ଓଡ଼ିଆ ଗସିପ ବ୍ୟୁରୋ: ୟେମେନରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚକଟା ହୋଇ ପ୍ରାୟ ୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଉର୍ଦ୍ଧ୍ବ ଆହତ ଆହତ ହୋଇଛନ୍ତି ।

ବୁଧବାର ରାତିରେ ୟେମେନର ରାଜଧାନୀ ସାନାଠାରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି । ଆଗକୁ ଇଦ୍‌ ଥିବା ବେଳେ ଗରୀବଙ୍କ ପାଇଁ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି ।

ଆହୁରି ପଢ଼ନ୍ତୁ: ବିଦା ହେଲେ ବିବାଦୀୟ କୋଇଡା ବିଡ଼ିଓ ପଲ୍ଲବୀ ରାଣୀ ରାଜ୍, କ'ଣ ଥିଲା କାରଣ ?

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୟେମେନ ରାଜଧାନୀ ସନାରେ ଆର୍ଥିକ ସହାୟତା ବଣ୍ଟନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦଳାଚକଟା ହୋଇଥିଲା । ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ୍‌ ମାସର ଶେଷ ଦିନରେ ବ୍ୟବସାୟୀଙ୍କ ପକ୍ଷରୁ ସହାୟତା ବିତରଣ କରାଯାଉଥିଲା ।

ଏହି କାର୍ଯ୍ୟକ୍ରମରେ ମହିଳା, ଶିଶୁଙ୍କ ସମେତ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ସହାୟତା ନେବାକୁ ଲୋକଙ୍କ ଭିତରେ ଧାଁ ଦୌଡ଼ ହେବାରୁ ଦଳାଚକଟା ହୋଇଥିଲା । ଏହି ଘଟଣା ପରେ ଆୟୋଜକଙ୍କୁ ହେପାଜତରେ ନିଆଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦଳାଚକଟା ହେଲା ତାହାର ତଦନ୍ତ ଚାଲିଛି ।

Share this story

World Odia Language Conferene