ବିଦା ହେଲେ ବିବାଦୀୟ କୋଇଡା ବିଡ଼ିଓ ପଲ୍ଲବୀ ରାଣୀ ରାଜ୍, କ'ଣ ଥିଲା କାରଣ ?

Koida BDO transferred from her post to Sambalpur

ଓଡ଼ିଆ ଗସିପ ବ୍ୟୁରୋ: ଶେଷରେ ବିଦା ହେଲେ ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକର ବିବାଦୀୟ ବିଡ଼ିଓ ପଲ୍ଲବୀ ରାଣୀ ରାଜ୍ । ତାଙ୍କର ସମ୍ବଲପୁର ଜିଲ୍ଲାକୁ ବଦଳି ହୋଇଛି । ତାଙ୍କ ସ୍ଥାନରେ କୋଇଡା ବିଡିଓ ଦାୟିତ୍ୱ ତୁଲାଇବେ କୋଇଡା ତହସିଲଦାର । ବୁଧବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପଲ୍ଲବୀ ରାଣୀ ରାଜ୍ ତିନି ବର୍ଷରୁ ଅଧିକ କୋଇଡା ବ୍ଲକରେ କାର୍ଯ୍ୟ କରିବା ସହିତ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ । ବ୍ଲକରେ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ଦେବା, ବିଧାୟକ ଫଣ୍ଡକୁ ବ୍ଲକରେ କାର୍ଯ୍ୟକାରୀ ନ କରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ବ୍ୟବହାର ଠିକ ନକରିବା ଆଦି ଅଭିଯୋଗ ତାଙ୍କ ନାମରେ ଥିଲା ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠୁ ବନ୍ଦ ରହିବ ସମସ୍ତ ସ୍କୁଲ, ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଏହାକୁ ପ୍ରତିବାଦ କରି ବିଡ଼ିଓଙ୍କ ବଦଳି ଦାବିରେ ସିପିଆଇ(ଏମ) ର କର୍ମକର୍ତ୍ତା ମାନେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ସାତ ଦିନ ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ।

ଅନ୍ୟପକ୍ଷରେ କିଛି ଦିନ ତଳେ ବିଡ଼ିଓଙ୍କୁ ତାଙ୍କ ବାପା ଓ ଭାଇ ସରକାରୀ କ୍ୱାର୍ଟର୍ସରେ ପଶି ମାଡ଼ ମାରିଥିବା ବିଡ଼ିଓ ପଲ୍ଲବୀ ରାଣୀ ରାଜ ଥାନାରେ ଅଭିଯୋଗ କରିଥିଲେ । ବିଡ଼ିଓଙ୍କ ଅଭିଯୋଗ ଆଧାରରେ ତାଙ୍କୁ ବାପାଙ୍କୁ ଗିରଫ କରା ଯାଇଥିଲା ।

Share this story

World Odia Language Conferene