କୋର୍ଟରେ ଯୁବତୀଙ୍କୁ ୪ ରାଉଣ୍ଡ ଗୁଳିମାଡ଼, ସାକ୍ଷ୍ୟ ଦେବାକୁ ଆସିଥିବା ବେଳେ ଘଟିଯାଇଥିଲା ଏହି ଅଘଟଣ...

Firing at woman inside court premises

ଓଡ଼ିଆ ଗସିପ ବ୍ୟୁରୋ: କୋର୍ଟରେ ଯୁବତୀଙ୍କୁ ଗୁଳିମାଡ଼ । ଦିଲ୍ଲୀ ସାକେତ କୋର୍ଟ ପରିସରରେ ଯୁବତୀଙ୍କୁ ଗୁଳିମାଡ଼ ହୋଇଛି । ପୋଲିସ ଉପସ୍ଥିତିରେ ଯୁବତୀଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ ।

ଗୁଳିମାଡ଼ରେ ସଂପୃକ୍ତ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଓକିଲ ପୋଷାକ ପିନ୍ଧି ଦୁର୍ବୃତ୍ତ ଜଣକ ଆସି ଗୁଳିମାଡ଼ କରିଥିବା ସୂଚନା ମିଳିଛି ।

ଏକ ଆର୍ଥିକ ବିବାଦ ନେଇ ଏକ ମାମଲାର ଶୁଣାଣି ପାଇଁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ମୃତ୍ୟୁର ୨ ଘଣ୍ଟା ପରେ ଉଠି ବସିଲେ ଯୁବକ, ଡାକ୍ତରଙ୍କ ମୁଣ୍ଡ ଟିଣ...

ପୂର୍ବରୁ ମଧ୍ୟ ଦିଲ୍ଲୀର ରୋହିଣୀ କୋର୍ଟରେ ଏଭଳି ଢଙ୍ଗରେ ଗୁଳିକାଣ୍ଡ ହୋଇଥିଲା । ୨୪ ସେପ୍ଟମ୍ବର ୨୦୨୧ରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କୁ କୋର୍ଟକୁ ଆଣିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା ।

ବିରୋଧୀ ଗ୍ୟାଙ୍ଗର ୨ ଜଣ ଆସି ତାଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏଥିରେ ଜିତେନ୍ଦ୍ରର ମୃତ୍ୟୁ ହୋଇଥିବା ବେଳେ ପୋଲିସ ଗୁଳିରେ ଦୁଇ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଇ ଆକ୍ରମଣକାରୀ ଓକିଲ ବେଶରେ ଆସି ଗୁଳି ମାଡ଼ କରିଥିଲେ ।

ଆହୁରି ପଢ଼ନ୍ତୁ: ବିଦା ହେଲେ ବିବାଦୀୟ କୋଇଡା ବିଡ଼ିଓ ପଲ୍ଲବୀ ରାଣୀ ରାଜ୍, କ'ଣ ଥିଲା କାରଣ ?

ସେହିପରି ୨୨ ଏପ୍ରିଲ ୨୦୨୨ରେ ସେହି ରୋହିଣୀ କୋର୍ଟରେ ଗୁଳିକାଣ୍ଡ ହୋଇଥିଲା । ଦୁଇ ଜଣ ଓକିଲ ଓ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଝଗଡ଼ା ରୋକିବାକୁ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଫାଙ୍କା ଗୁଳିଚଳାଇଥିଲେ ।

Share this story

World Odia Language Conferene