ନାଟକ ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

Two minor gang raped in Odisha

ଓଡ଼ିଆ ଗସିପ୍ ବ୍ୟୁରୋ: ନାଟକ ଦେଖି ଫେରୁଥିବା ସମୟରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାରେ । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଲାଞ୍ଜିଗଡ଼ ଥାନା ଅଞ୍ଚଳର ତିନି ଜଣ ନାବାଳିକା ଗତକାଲି ବିଳମ୍ବିତ ରାତିରେ ନାଟକ ଦେଖି ଘରକୁ ଫେରୁଥିଲେ । ଏହି ସମୟରେ ୫ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇ ଥିଲେ ।

ପରେ ଦୁଇ ଜଣ ନାବାଳିକାଙ୍କୁ ୫ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିଲା ବେଳେ ଜଣେ ନାବାଳିକା ସେଠାରୁ ଖସି ପଳାଇଯାଇଥିଲେ । ଦୁଇ ଜଣ ନାବାଳିକାଙ୍କୁ ଯୁବକମାନେ ଗଣଦୁଷ୍କର୍ମ କରିବା ପରେ ସେଠାରୁ ଚମ୍ପଟ ମାରିଥିଲେ ।

ଆହୁରି ପଢ଼ନ୍ତୁ: ହାଇବ୍ରିଡ ସୂର୍ଯ୍ୟ ପରାଗ କ’ଣ ? ପ୍ରତି ଶହେ ବର୍ଷରେ ଥରେ ପଡିଥାଏ ଏହି ପରାଗ

ଘଟଣା ସମ୍ପର୍କରେ କାହାକୁ କହିଲେ ସେମାନଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରି ଦେବା ପାଇଁ ଅଭିଯୁକ୍ତମାନେ ଧମକ ଦେଇ ଫେରାର ହୋଇଯାଇଥିଲେ ।

ପରେ ଖସିଯାଇଥିବା ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଘଟଣା ବଷୟରେ ଅବଗତ କରାଇବା ପରେ ପରିବାର ଲୋକେ ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।

Share this story

World Odia Language Conferene