କୋଟିପତି ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଗିରଫ କଲା ଭିଜିଲାନ୍ସ , ହାତେଇଛନ୍ତି ୫ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି

Vigilance team arrest sub collector of Nabarangpur for grabbing five crores rupees

ଓଡ଼ିଆ ଗସିପ ବ୍ୟୁରୋ : ଗିରଫ ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ । ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ ହୋଇଛନ୍ତି । ଏପଟେ ତାଙ୍କ ଅମାପ ସଂପତ୍ତିର ହିସାବନିକାଶ ଜାରି ରଖିଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କ ଘରୁ ଜବତ ଟଙ୍କା, କାଗଜପତ୍ର, ସ୍ଥାବର ଓ ଅସ୍ଥାବର ସଂପତ୍ତିର ଚୂଡାନ୍ତ ତାଲିକା ପ୍ରସ୍ତୁତ କରୁଛି ଭିଜିଲାନ୍ସ ।

ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ପହଞ୍ଚିଛନ୍ତି । ଗୋଟିଏ ଭୁବନେଶ୍ୱରରୁ ଏବଂ ଅନ୍ୟଟି ନବରଙ୍ଗୁପରରେ ଚଢାଉରେ ସାମିଲ ଥିଲେ । ଦୁଇ ଟିମ ସୁନ୍ଦରଗଡରେ ପହଞ୍ଚିବା ପରେ ଚାଲିଛି ହିସାବନିକାଶ । ପ୍ରଶାନ୍ତ ରାଉତଙ୍କର ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ ।

ଖାନତଲାସିରେ ବର୍ତ୍ତମାନସୁଦ୍ଧା ଭୁବନେଶ୍ୱରରେ ଗୋଟିଏ ବହୁତଳ ପ୍ରାସାଦ, ୩ କୋଟି ୨ ଲକ୍ଷ ନଗଦ ଟଙ୍କା, ବେନାମି ଆକାଉଣ୍ଟରେ ୨୧ ଲକ୍ଷ ସହ ମୋଟ ଜମା ଟଙ୍କା ୬୨ ଲକ୍ଷ, ୫ଟି ପ୍ଲଟ୍, ୨ଟି କାର ଏବଂ ପିଲାମାନଙ୍କ ପଢ଼ାଖର୍ଚ୍ଚ ବାବଦରେ ୮୭ ଲକ୍ଷ ଟଙ୍କା ମିଳିଛି ।

ଅଧିକ ପଢ଼ନ୍ତୁ : ମୌସୁମୀ ଆସୁ ଆସୁ ଓଡ଼ିଶାକୁ ଆସିଲା ଜଳ ପ୍ରଳୟ ଭୟ: କାଲି ବଙ୍ଗୋସାଗରରେ ସୃଷ୍ଟି ହେବ ଲଘୁଚାପ

ସୂଚନା ଥାଉ କି ଗତକାଲି ଭୁବନେଶ୍ୱର, ନବରଂଗପୁର, ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଏତେ ପରିମାଣର ଟଙ୍କା ମିଳିବା ଦେଖି ଭିଜିଲାନ୍ସ ଅଧିକାରୀ ବି ତାଜୁବ ହୋଇଯାଇଥିଲେ ।

୨୦୧୮ରେ ମଧ୍ୟ ସେ ଏକ ଲାଞ୍ଚ ମାମଲାରେ ଧରାପଡ଼ିଥିଲେ । ସୁନ୍ଦରଗଡ଼ ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ସଂପୃକ୍ତ ମାମଲାରେ ଘର ସର୍ଚ୍ଚ କରିବାକୁ ଆସିଥିବା ବେଳେ ଭିଜିଲାନ୍ସ ଟିମ୍ ଏତେ ପରିମାଣର ସଂପତ୍ତି ପାଇଛି ।

ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରୁ ବାହାରିଛି ପୁଳାପୁଳା ସମ୍ପତ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଭିଜିଲାନ୍ସ ସେଲ୍ ଏସ୍‌ପି ଏମ୍‌. ରାଧାକ୍ରିଷ୍ଣନ ଜବତ ହୋଇଥିବା ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଭିଜିଲାନ୍ସ ସେଲ୍ ଏସ୍‌ପି କହିଛନ୍ତି, ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି ।

ଅଧିକ ପଢ଼ନ୍ତୁ : ବିବାହ ପରେ ସ୍ବାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ନରଖିଲେ ଫସିବେ ? ଆସିଲା ହାଇକୋର୍ଟଙ୍କ ବଡ଼ ରାୟ

୩ କୋଟିରୁ ଅଧିକ ଟଙ୍କା ଓ ଭୁବନେଶ୍ୱରରେ ଠାବ ହୋଇଛି ବିଲ୍ଡିଂ । ତାହା ସହ ୫ଟି ପ୍ଲଟ, ୨ଟି ଦାମୀ କାର୍ ମଧ୍ୟ ଠାବ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ । ଖାଲି ସେତିକି ନୁହେଁ, ପ୍ରଶାନ୍ତ ରାଉତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି । ଆୟଠାରୁ ଅଧିକ ୫୦୦% ସଂପତ୍ତି ଠାବ ହୋଇଥିବା କହିଛି ଭିଜିଲାନ୍ସ ।

Share this story