ବିବାହ ପରେ ସ୍ବାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ନରଖିଲେ ଫସିବେ ? ଆସିଲା ହାଇକୋର୍ଟଙ୍କ ବଡ଼ ରାୟ

husband and wife to stay physical after marriage

ଓଡ଼ିଆ ଗସିପ ବ୍ୟୁରୋ : ବିବାହକୁ ନେଇ ଆସିଲା ବଡ଼ ଖବର । ସ୍ବାମୀ ସ୍ତ୍ରୀ ସମ୍ପର୍କରେ ବାନ୍ଧି ହେବା ପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ନା ନୁହେଁ ଏହି ବିତର୍କର ଏକ ପ୍ରକାର ଅନ୍ତ ହୋଇଛି । ଶାରୀରିକ ସମ୍ପର୍କ ନ ରଖିବା ଅପରାଧ, ଆଉ ଏଥିପାଇଁ ଦଣ୍ଡିତ ହେବେ ନା ନାହିଁ ସେନେଇ ଚାଲିଥିବା ପ୍ରସଙ୍ଗରେ ଆସିଛି କୋର୍ଟଙ୍କ ବଡ଼ ରାୟ । ଏହି ବିବାଦକୁ ନେଇ କଣ କହୁଛି ହିନ୍ଦୁ ମ୍ୟାରେଜ ଆକ୍ଟ ଓ IPC ତାକୁ ନେଇ ସ୍ପଷ୍ଟ ହୋଇଛି ଚିତ୍ର ।

ଶାରୀରିକ ସମ୍ପର୍କ ନରଖିବା ଦଣ୍ଡନୀୟ ଅପରାଧ ?

ପୂରା ମାମଲା ଉପରେ ଶୁଣାଣି କରି ଜଷ୍ଟିସ୍‌ ଏମ୍‌ ନାଗାପ୍ରସନ୍ନା କହିଛନ୍ତି, ବ୍ୟକ୍ତି ଜଣକ ଏକ ନିର୍ଦ୍ଦିଷ୍ଟ ଧର୍ମ ପାଳନ କରୁଛନ୍ତି । କେସ ଫାଇଲ କରିଥିବା ଆବେଦନକାରୀଙ୍କ ଅନୁସାରେ, ବିବାହ ହେଉଛି ଆତ୍ମା ସହ ଆତ୍ମାର ମିଳନ । ଏଥିପାଇଁ ଶାରୀରିକ ସମ୍ପର୍କର ଆବଶ୍ୟକତା ନାହିଁ ।

ଅଧିକ ପଢ଼ନ୍ତୁ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଏପରିକି ନିଜ ସ୍ୱାମୀଙ୍କ ସମେତ ଶାଶୂ, ଶ୍ୱଶୁରଙ୍କ ନାଁରେ ୨୦୨୦ ମସିହାରେ ଅପରାଧିକ ମାମଲା ରୁଜୁ କରିଛନ୍ତି । ଅପର ପକ୍ଷେ ପତ୍ନୀଙ୍କ ଅଭିଯୋଗକୁ ବିରୋଧ କରି ତାଙ୍କ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିବାହ ପରେ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବା ନିଷ୍ଠୁରତା ବୋଲି ହିନ୍ଦୁ ବିବାହ ଆଇନ କହୁଛି ।

କିନ୍ତୁ ଭାରତୀୟ ଆଇନ ସଂହିତାର ୪୯୮‘ଏ’ରେ ନିଷ୍ଠୁରତା ସଂଜ୍ଞା ତାହାର ଅର୍ନ୍ତଭୁ୍କ୍ତ ନୁହେଁ । ମହିଳା ଜଣଙ୍କ ଯେଉଁ ଆବେଦନ କରିଥିଲେ ଏବଂ ଚାର୍ଜସିଟରେ ସେଭଳି କିଛି ଉଲ୍ଲେଖ ନାହିଁ ଯେଉଁଥିରେ ନିଷ୍ଠୁରତା ହେବାର ପ୍ରମାଣ ଅଛି । ଯଦିଓ ଦମ୍ପତିଙ୍କର ଛାଡପତ୍ର ହୋଇସାରିଛି । କିନ୍ତୁ ପରିବାର ଅଦାଲତ ସଂପୃକ୍ତ ସ୍ୱାମୀ ନିଷ୍ଠରତା କରିଥିବା କହି ଯେଉଁ ଅପରାଧିକ ମାମଲା ରୁଜୁ ପାଇଁ ରାୟ ଦେଇଛନ୍ତି ତାହା ଗ୍ରହଣୀୟ ନୁହଁ ।

ଅଧିକ ପଢ଼ନ୍ତୁ : ପହଣ୍ଡି ବେଳେ ବଡ଼ ଅଘଟଣ, ପଡ଼ିଗଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ବିବାହ ପରେ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବା ନିସନ୍ଦେହ ଭାବେ ନିଷ୍ଠୁରତା । ହିନ୍ଦୁ ବିବାହ ଆଇନର ସେକ୍ସନ-୧୨ (ଏ) ଅନୁଯାୟୀ, ଏହା ନିଷ୍ଠୁରତା ବୋଲି ବିବେଚିତ ହେବ । କିନ୍ତୁ ଭାରତୀୟ ଆଇନ ସଂହିତାର ୪୯୮'ଏ'ରେ ନିଷ୍ଠୁରତାର ସଂଜ୍ଞା ସବିଶେଷ ଭାବ ଲେଖାଥିବା ବେଳେ ଏହା ତାହାର ଅନ୍ତର୍ଭୁକ୍ତ ହେଉ ନାହିଁ ।

ଏହି ଦମ୍ପତି ଡିସେମ୍ବର ୧୮, ୨୦୧୯ରେ ବିବାହ କରିଥିଲେ, କିନ୍ତୁ ବିବାହର ମାତ୍ର ୨୮ ଦିନ ପରେ ପତ୍ନୀ ତାଙ୍କ ଶାଶୁଘର ଘର ଛାଡି ବାପଘରକୁ ଚାଲିଯାଇଥିଲେ । ୫ ଫେବୃଆରୀ ୨୦୨୦ରେ, ଆଇପିସିର ଧାରା ୪୯୮'ଏ' ଅନୁଯାୟୀ ପତ୍ନୀ ସ୍ୱାମୀଙ୍କ ନାମରେ ଏକ ମାମଲା ଦାୟର କରିଥିଲେ । ତାଙ୍କ ସ୍ୱାମୀ ତାଙ୍କ ସହ ସମ୍ପର୍କ ରଖୁନଥିବାରୁ ଏହା କ୍ରୁରତା ବୋଲି କହିଥିଲେ । ତେବେ ହାଇକୋର୍ଟ ଏହା କ୍ରୁରତା ନୁହେଁ ବୋଲି କହିଛନ୍ତି ।

Share this story