ମୌସୁମୀ ଆସୁ ଆସୁ ଓଡ଼ିଶାକୁ ଆସିଲା ଜଳ ପ୍ରଳୟ ଭୟ: କାଲି ବଙ୍ଗୋସାଗରରେ ସୃଷ୍ଟି ହେବ ଲଘୁଚାପ

low depression to form in Bay of Bengal

ଓଡ଼ିଆ ଗସିପ ବ୍ୟୁରୋ : ୨୦୨୩ରେ ପୁଣି ଥରେ ଓଡିଶାକୁ ଘାରିଛି ଜଳ ପ୍ରଳୟ ଭୟ । କିଏ ଜାଣେ ବଙ୍ଗୋପସାଗରରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କି ପ୍ରଭାବ ପକାଇବ? ହଁ, ଆସନ୍ତା ୨୪ ଘଣ୍ଟା ମଧ୍ୟର ବେ ଅଫ ବେଙ୍ଗଲ ରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଏନେଇ ଭୁବନେଶ୍ଵର  ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଲଘୁ ଚାପ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରା ଯାଇ ନଥିଲେ ମଧ୍ୟ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା ନିଶ୍ଚିତ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଏହା ବି ଆଶଙ୍କା କରାଯାଉଛି ଯେ, ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଥିବା ବେଳେ ଏହି ଲଘୁଚାପ ଯୋଗୁ ଯଦି ଅତି ଭୀଷଣ ବର୍ଷା କିମ୍ବା ଅଧିକରୁ ଅଧିକ ବର୍ଷା ହେବ ତେବେ ଓଡ଼ିଶାବାସୀ ନିଶ୍ଚିତ ଜଳ ପ୍ରଳୟର ସାମ୍ନା କରି ପାରନ୍ତି ।

ଅଧିକ ପଢ଼ନ୍ତୁ : ବିବାହ ପରେ ସ୍ବାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ନରଖିଲେ ଫସିବେ ? ଆସିଲା ହାଇକୋର୍ଟଙ୍କ ବଡ଼ ରାୟ

ପାଣିପାଗ ବିଭାଗର ସୂଚନା ଅନୁସାର ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା -ପଶ୍ଚିମବଙ୍ଗ ଉପକୂଳରେ ୭.୬ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୁର୍ଣ୍ଣି ବଳୟ ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ସମାନ  ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସୂଚନା ଥାଉ କି ଦୁଇ ଦିନ ହେଲା ଓଡ଼ିଶାକୁ ମୌସୁମୀ ପ୍ରବେଶ କରି ସାରିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ଲଗାଣ ବର୍ଷା । ଏପରିକି କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୬ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି ।

Share this story