ଭିଜିଲାନ୍ସ ଜାଲରେ RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ, ଗଦି ତଳୁ ମିଳିଲା ୨୫ ଲକ୍ଷ ଟଙ୍କା, ଆହୁରି ଅନେକ ଅଛି...

vigilance raid on ASSISTANT EXECUTIVE ENGINEER, RWS&S

ଓଡ଼ିଆ ଗସିପ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ଼ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱର, କେନ୍ଦ୍ରାପଡା, ଉଦଳା ଓ ମୟୁରଭଞ୍ଜ ସମେତ ଏକକାଳୀନ ୮ ଟି ସ୍ଥାନରେ ଚଢାଉ ଜାରି ରହିଛି ।

ଆଇଗିଣୀଆରେ ଥିବା ୩ ମହଲା ଘର, ପତ୍ରପଡା ବ୍ଲୁ ହିଲ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଚଢାଉ ଚଲିଥିବା ବେଳେ ଖଣ୍ଡଗିରି ମାର୍କେଟ କମ୍ପ୍ଲେକ୍ସ ରେ ନିର୍ମାନାଧୀନ ଦୋକାନରେ ଛାପା ମାରୁଛି ଭିଜିଲାନ୍ସ । ଏହି ଚଢାଉରେ ଜଣେ ଆଡିସନାଲ SP, ୮ DCP, ୫ ଇନିସ୍‌ପେକ୍ଟର ଓ ୧୨ ଅଫିସର ସାମିଲଥିବା ସୂଚନା ।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ମୋବାଇଲ ଭିତରେ ଅଛି କି କଳାଧନର ଗୁମର, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା

ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଭୁବନେଶ୍ୱରର ଆଇଗିଣିଆରେ ଥିବା ତିନି ମହଲା କୋଠା ଦୋକାନ, ଖଣ୍ଡଗିରି ସପିଂ ପ୍ଲାଜାରେ ଥିବା ଏସପିଏସ କନଷ୍ଟ୍ରକସନ୍ କନସଲଟାନସି, ପାତ୍ରପଡ଼ାରେ ଥିବା ଟୁ ବିଏଚକେ ଫ୍ଲାଟ, ନୟାପଲ୍ଲୀରେ ଥିବା ତ୍ରବେଣୀ ଅଟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁରରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ା ଜିଲ୍ଲାର କଂସରାରେ ଥିବା ଶଶୁର ଘର, ମୟୂରଭଞ୍ଜର ଉଦଳାରେ ଥିବା ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି ।

ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଏହି ଚଢ଼ାଉ କରାଯାଉଥିବାର ସୂଚନା ରହିଛି ।

ସବୁଠାରୁ ବଡ କଥା ହଉଛି କି ଭିଜିଲାନ୍ସ ଟିମ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ନୟାପଲ୍ଲୀ ବାସଭବନ ରେ ଚଢ଼ାଉ କଲା ବେଳେ ତାଙ୍କ ପତ୍ନୀ ଏବଂ ପୁଅ ରହୁଥିବା ରୁମର ଗଦି ତଳୁ ନଗଦ 25 ଲକ୍ଷ ଟଙ୍କା ଠାବ କରିଛି । ଭିଜିଲାନ୍ସ ତନାଘନା ବେଳେ ଜାଣିବାକୁ ପାଇଛି ଯେ ରବି ନାରାୟଣ ପଣ୍ଡାଙ୍କ ପୁଅ କୁଆଡେ ବାପାର କଳା ଟଙ୍କାରେ ଅଏସ କରୁଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ବିଜେପିର ବିଜୟକୁ ନେଇ ବିଜେଡି ବିଚଳିତ ନୁହେଁ, ଆମେ ଲୋକଙ୍କ ସୁବିଧା ଅସୁବିଧାରେ ରହିଛୁ: କିଛି ଏପରି କହିଲେ ମୁଖ୍ୟମନ୍ତ୍ରୀ

ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କର ଆଉ ଚାକିରୀ କାଳ 6 ମାସ ଥିବା ବେଳେ ଆଜି ଭିଜିଲାନ୍ସ ର ଅଚାନକ ଚଢ଼ାଉ ତାଙ୍କୁ କୁଆଡେ ଭାରି ପଡିଛି । ସେ ଏବେ କାଉଳା ବଉଳା ହେଉଥିବା ନଜର ଆସିଛନ୍ତି । ଭିଜିଲାନ୍ସ ରେଡ ଜାରି ରହିଛି ଏବଂ ଆହୁରି ଅନେକ ପରିମାଣର ସମ୍ପତ୍ତି ଠାବ ହେବା ନେଇ ଭିଜିଲାନ୍ସ ଆକଳନ କରିଛି ।  

Share this story