ବିଜେପିର ବିଜୟକୁ ନେଇ ବିଜେଡି ବିଚଳିତ ନୁହେଁ, ଆମେ ଲୋକଙ୍କ ସୁବିଧା ଅସୁବିଧାରେ ରହିଛୁ: କିଛି ଏପରି କହିଲେ ମୁଖ୍ୟମନ୍ତ୍ରୀ

naveen patnaik

ଓଡ଼ିଆ ଗସିପ ବ୍ୟୁରୋ: ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ନିଜ ପ୍ରତିକ୍ରିୟା କହିଛନ୍ତି ଯେ, ବିଜୁ ଜନତାଦଳ ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି ।

ଧାମନଗର ଉପ ନିର୍ବାଚନ ହୋଇଥିବା ସିଟରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ। ତାଙ୍କ ପୁଅକୁ ଟିକଟ ଦିଆଯାଇଥବାରୁ ସେ ଜିତିଲେ । ଏଥିରେ ବିଜୁ ଜନତା ବିଚଳିତ ନୁହେଁ ।

୨୦୨୪ ନିର୍ବାଚନର ମଧ୍ୟ ବିଜେଡି ଜିତି ସରକାର କରିବ। କାହିକିଁନା ଆମେ ଲୋକଙ୍କ ସହ ରହିଛି ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ । ଆମେ ଲୋକଙ୍କ ସହିତ ଅଛୁ । ଆମେ ଆଗାମୀ ୨୦୨୪ ରେ ଜିତିବୁ । ଏଥିସହିତ ଶିକ୍ଷା , ସ୍ବାସ୍ଥ୍ୟ, କ୍ରୀଡା ଓ ମହିଳା ଶସସ୍ତିକରଣ ଦିଗରେ ଓଡ଼ିଶା ଅଗ୍ରଗତି କରିଛି ।

ଯେତେବେଳେ ୨୦୦୦ ମସିହାରେ ସରକାରଙ୍କୁ ଆସିଲି ସେତେବେଳେ ୫ ହଜାର କୋଟି ରାଜ୍ୟ ବଜେଟ ଥିଲା । ଏବେ ୨୦୨୨ ରେ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏପରିକି ପ୍ରାକୃତିକ ବିପର୍ଯ୍ଯୟ ବାରମ୍ବାର ଓଡ଼ିଶା ଦେଖିଥିବା ବେଳେ ଏହାକୁ ଆମେ ସାମ୍ନା କରି ସଫଳ ହୋଇଛୁ ।

ମୁଖ୍ୟତଃ ଓଡ଼ିଶାର ବିକାଶ ହିଁ ଏକମାତ୍ର ଲକ୍ଷ ବୋଲି ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେଇ କହିଛନ୍ତି ।

Share this story