ମୋବାଇଲ ଭିତରେ ଅଛି କି କଳାଧନର ଗୁମର, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା

archana nag2

ଓଡ଼ିଆ ଗସିପ ବ୍ୟୁରୋ: ଦିନକୁ ଦିନ ତଦନ୍ତ ଚାଲିଛି, ଗୁମର ବି ଖୋଲିବାରେ ଲାଗିଛି । ରିମାଣ୍ଡର ତୃତୀୟ ଦିନରେ ଖଗେଶ୍ୱରକୁ ଇଡି ଅଫିସର ମାରାଥନ ଜେରା କରୁଥିବା ବେଳେ ମୋବାଇଲର ତଥ୍ୟ ଖୋଳତାଡକୁ ଜୋରଦାର କରାଯାଇଛି । ସାଇବର ଏକ୍ସପର୍ଟଙ୍କ ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ଇଡି ଅଫିସରେ ଡେରା ପକାଇଛି । ରେଡ ବେଳେ ସିଲ ହୋଇଥିବା ୫ଟି ସନ୍ଦିଗ୍ଧ ମୋବାଇଲର ଏକସଟ୍ରାସନ କରାଯାଉଛି ।

ବିଶେଷକରି ଏହି ୫ଟି ମୋବାଇଲ ମଧ୍ୟରେ ଅର୍ଚ୍ଚନାଙ୍କ ବାପାଙ୍କ ଗୋଟିଏ ଫୋନ, ଅର୍ଚ୍ଚନାଙ୍କ ମାଆଙ୍କର ଗୋଟିଏ ଫୋନ, ସ୍ୱାମୀ ଜଗବନ୍ଧୁଙ୍କ ଭାଇଙ୍କ ଗୋଟିଏ ଫୋନ ଏବଂ ଖଗେଶ୍ୱରର ୨ଟି ମୋବାଇଲ ରହିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : EXCLUSIVE: ଭାଇରଲ ହେଉଛି ଅର୍ଚନା ନାଗ ଏଣ୍ଡ ଟିମ ର ନିଆଁ କଢା ଫୋଟ, ବଢାଇବ ଆପଣଙ୍କ ଦେହର ତାତି...

ତେବେ ଖଗେଶ୍ୱର ରିମାଣ୍ଡରେ ଥିବାରୁ ତାଙ୍କୁ ବାଦଦେଲେ ଅନ୍ୟମାନଙ୍କୁ ନିର୍ଦ୍ଧାରିତ ସମୟ ଓ ତାରିଖ ସୁଦ୍ଧା ଇଡି ଅଫିସରେ ହାଜର ହେବାକୁ ନୋଟିସ କରାଯାଇିଛି । ରବିବାର ମୋବାଇଲ ଡାଟା ଏକସଟ୍ରାକସନ ପାଇଁ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗଙ୍କଠାରୁ ତଦନ୍ତ ଆରମ୍ଭ କରିଛି ପ୍ରବର୍ତନ ନିିର୍ଦ୍ଦେଶାଳୟ ।

ଇଡି ଅଫିସରେ ହାଜର ହେବା ପରେ ଏକ୍ସପର୍ଟଙ୍କ ମାଧ୍ୟମରେ ସୁରେନ୍ଦ୍ରଙ୍କ ସମ୍ମୁଖରେ ସିଲ ହୋଇଥିବା ମୋବାଇଲକୁ ଖୋଲାଯାଇ ଏକସଟ୍ରାକସନ କରାଯାଇଛି । ତେବେ କଣ ଏହି ଏକସଟ୍ରାକସନ ଡିଲିଟ ହୋଇଯାଇଥିବା ଡାଟା ରିଟ୍ରାଇଭ କରିବା ମୋବାଇଲର ପୁରୁଣା ତଥ୍ୟ ରିକଭରି କରିବା ପ୍ରକ୍ରିୟା ହେଉଛି ଏକସଟ୍ରାକସନ ।

କେବଳ ସୁରେନ୍ଦ୍ର ନାଗଙ୍କ ଫୋନ ନୁହେଁ ବରଂ ଜବତ ହୋଇଥିବା ସମସ୍ତ ମୋବାଇଲର ଏକସଟ୍ରାସନ କରାଯିବ । ଆସନ୍ତାଦିନରେ ମୋବାଇଲର ମାଲିକାନା ଥିବା ବ୍ୟକ୍ତିିବିଶେଷ ଇଡିରେ ହାଜର ହେବା ପରେ ତାଙ୍କ ସମ୍ମୁଖରେ ମୋବାଇଲ ସିଲ ଖୋଲାଯାଇ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଯିବା ସମୟରେ ପୁଣି ଥରେ ମୋବାଇଲକୁ ସିଲ କରିଦିଆଯିବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଜେଲରେ ୧୫ ମିନିଟ୍ ପାଇଁ ପରସ୍ପରକୁ ଭେଟିବେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ, କିଛି ଏପରି ରାୟ ରଖିଲେ କୋର୍ଟ

ଖଗେଶ୍ୱରକୁ ତିନିଦିନ ରିମାଣ୍ଡ ଭିତରେ ଶତାଧିକ ପ୍ରଶ୍ନ ପଚାରି ଏକାଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି । ରିମାଣ୍ଡ ଅବଧି ଶେଷହେବା ପରେ ସେହି ଲୋକମାନଙ୍କୁ ଚିଠିକରି ଇଡି ଅଫିସକୁ ଟଣାହେଲେ ସେମାନଙ୍କ ଚେହେରା ଲୋକଲୋଚନକୁ ଆସିବ । ତେବେ ଅର୍ଚ୍ଚନା ପାଇଁ ହେଭିୱେଟ ସାଜିଥିବା ପାୱାରଫୁଲ ଚେହେରାଗୁଡିକ କେବେ ପଦାକୁ ଆସୁଛି ।

Share this story