ଜବତ ଗାଡ଼ି ଛାଡିବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜିଏସଟି ଅଫିସରଙ୍କୁ ମାଡିବସିଲା ଭିଜିଲାନ୍ସ 
 

Vigilance Nabs GST Officer While Taking Bride Of Rs 30K In Puri
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଏସଟି ଅଫିସର

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁରୀ ଏନଫୋର୍ସମଏଣ୍ଟ ୟୁନିଟର ସିଟିଓ ଓ ଜିଏସଟି ଅଫିସର ମାନସ ରଂଜନ ବେହେରା। ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ମାନସଙ୍କୁ କାବୁ କରିଛି ଭିଜିଲାନ୍ସ।

ଜଣେ ବ୍ୟକ୍ତିଙ୍କ ଜବତ ହୋଇଥିବା ଗାଡ଼ି ଛାଡିବାକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଆଜି ଅଭିଯୋଗକାରୀଙ୍କ ଠାରୁ ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ରେଡ ହ୍ୟାଣ୍ଡେଡ ମାନସଙ୍କୁ କାବୁ କରିଥିଲା ଭିଜିଲାନ୍ସ। 

ଆଧିକ ପଢନ୍ତୁ : ଏହି ୫ଟି ଖାଦ୍ୟ ଥାଇରଏଡ୍ ରୋଗୀଙ୍କ ପାଇଁ ବିଷ, ଜାଣନ୍ତୁ କଣ କଣ ?

ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ବେହେରାଙ୍କ ଠାରୁ ୩୦ ହଜାର ଟଙ୍କାକୁ ଜବତ କରିବା ସହ ଶ୍ରୀ ବେହେରାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

ଆଧିକ ପଢନ୍ତୁ : କାହିଁକି ଝିଅମାନେ ଅଧାବାଟରୁ ପାର୍ଟନରର ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ
 

Share this story