ଜମି କିସମ ପରିବର୍ତ୍ତନ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

ଓଡ଼ିଆ ଗସିପ୍ ବ୍ୟୁରୋ: ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା RI ଶରତ କୁମାର ଜେନା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜମିର କିସମ ପରିବର୍ତ୍ତନ ଲାଗି ଆବେଦନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଶରତ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି।
ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
ସୂଚନାଯୋଗ୍ୟ, କେନ୍ଦୁଆପଦା ରାଜସ୍ୱ ସର୍କଲ ଆର.ଆଇ ଶରତ ଜେନା ଅଣ୍ଢେଇପଲି ଖାନବାଡ଼ି ଅଞ୍ଚଳର ପ୍ରଶାନ୍ତ ଜେନାଙ୍କୁ ତାଙ୍କ ପୈତୃକ ଜମିର କିସମ ପରିବର୍ତ୍ତନ ଲାଗି ତଦନ୍ତ ରିପୋର୍ଟ ବାବଦକୁ ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। ଏ ସମ୍ପର୍କରେ ପୂର୍ବରୁ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ସହ ଯୋଗାଯୋଗ କରିଥିଲେ ।
ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜି ଭଦ୍ରକ ତହସିଲଦାରଙ୍କ ଠାରେ ଉକ୍ତ କିସମ ପରିବର୍ତ୍ତନ ରିପୋର୍ଟ ଦାଖଲ ଲାଗି ଆର.ଆଇ ତାଙ୍କ କାର୍ଯ୍ୟାଳୟରେ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ଏହି ଟ୍ରାପ ବେଳେ ଭିଜିଲାନ୍ସ ଏଏସପି ମହେଶ୍ୱର ସେଠି, ଡିଏସପି ଦୁଷ୍ମନ୍ତ ନାୟକ ଓ ଭଦ୍ରକ ୟୁନିଟ ଡିଏସପି ବଙ୍କିମ ବାୱାଲି ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ : ଗୁରୁଜନଙ୍କ ସ୍ବାସ୍ଥ୍ୟ ଓ ଖର୍ଚ୍ଚ ବୃଦ୍ଧି ପାଇଁ ଚିନ୍ତାରେ ରହିବା ସହ ବିବାହକୁ ନେଇ ଶୁଭ ସମାଚାର ମିଳିବ, ପଢନ୍ତୁ ରାଶିଫଳ