ଆମ୍ବ ଗଛ ମୂଳେ ଫୋନରେ କଥା ହେଉଥିବା ବେଳେ ହଠାତ୍ ଆକାଶରୁ ଖସିଲା ମୃତ୍ୟୁ, ଚାଲିଗଲା ୨ ଯୁବକଙ୍କ ଜୀବନ 

Two people dead in lightnig
ଆକାଶରୁ ଖସିଲା ମୃତ୍ୟୁ, ବଜ୍ରଘାତ ନେଲା ଦୁଇ ଜୀବନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯାତ୍ରା ଚାଲିଥିବା ବେଳେ ବଜ୍ରାପାତରେ ୨ ଯୁବକଙ୍କ ମୃତ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଧିନ ପାଟପୁର ଅଞ୍ଚଳରେ । ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ରବିବାର ତୁହାକୁ ତୁହା ବଜ୍ରପାତ ସହ ବର୍ଷା ହୋଇଥିଲା ଫଳରେ ୨ ଜଣ ଯୁବକଙ୍କ ମୃତ ହୋଇଥିବା ଜଣାପଡିଛି ।

ଅଧିକ ପଢନ୍ତୁ : ଜାଣନ୍ତୁ ୟୁରିକ ଏସିଡ ବଢିବାର ୩ଟି ବଡ଼ କାରଣ, ଜାଣିଲେ ସହଜ ହେବ ଚିକିତ୍ସା

ମୃତକ ମାନେ ହେଲେ ପୁରୀ ଜିଲ୍ଲା ନିରାକାରପୁର ଗ୍ରାମ ଆଲିପଡ଼ା ଗ୍ରାମର ଡୁଗୁଲା ପ୍ରଧାନ ଓ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଚଢ଼ିଆପଡ଼ା ଗ୍ରାମର ସନ୍ୟାସୀ ସାହୁ । ସୂଚନା ମୁତାବକ ପାଟପୁର ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ପାଟପୁର ଗାନ୍ଧିଛକ ନିକଟକୁ ମିନା ବଜାର ଆସିଥିଲା। ମିନା ବଜାରରେ କାମ କରୁଥିବା କିଛି ଶ୍ରମିକ ରବିବାର ଅପରାହ୍ନରେ ଲକ୍ଷ୍ମୀ ମନ୍ଦିର ନିକଟରେରେ ଥିବା ଆମ୍ବ ଗଛ ମୂଳେ ଶୋଇଥିଲେ। 

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..

ହଠାତ ବର୍ଷା ପବନ ଓ ବଜ୍ରପାତ ଆରମ୍ଭ ହେଇଥିବା ହେତୁ କିଛି ଶ୍ରମିକ ସେଠାରୁ ଚାଲିଯାଇଥିଲେ କିନ୍ତୁ ସେଠାରେ ୨ ଶ୍ରମିକ ରହି ଫୋନରେ କଥା ହେଉଥିବା ବେଳେ ୨ ଶ୍ରମିକ ଉପରେ ବଜ୍ରପାତ ହୋଇଥିଲା । ସ୍ଥାନୀୟ ଲୋକେ ଓ ପାଟପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଯୁବକକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। 

ସେଠାକାର ଡାକ୍ତର ୨ ଯୁବକ କୁ ମୃତ ଘୋଷଣା କରିଥିଲେ । ଏନେଇ ପାଟପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହେବା ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି।

ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...
 

Share this story