ଓଡ଼ିଶାରେ ଅତି ଭୟଙ୍କର ଟ୍ରେନ ଦୁର୍ଘଟଣା : ମାଲବାହୀ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ, ମୃତକଙ୍କ ସଂଖ୍ୟା ଅସ୍ପଷ୍ଟ, ଜାରି ହେଲା ହେଲ୍ପ ଲାଇନ ନମ୍ବର...

train accident in odisha

ଓଡ଼ିଆ ଗସିପ ବ୍ୟୁରୋ : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ମାଲବାହୀ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ । ସୋର ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । କରମଣ୍ଡଳର ଅନେକ ବଗି ଓଲଟି ପଡ଼ିଥିବା ସୂଚନା । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ହୋଇଥିବା ସୂଚନା । ମୃତକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ବାଲେଶ୍ୱର ଜିଲ୍ଲାବାହାନଗା ଷ୍ଟେସନ୍ ନିକଟ ପଣପଣା ଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍‌) ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନର ପ୍ରାୟ ୮ଟି ବଗି ରେଳ ଲାଇନରୁ ତଳକୁ ଖସି ପଡିଛି । ଏଥିରେ ଅନେକ ଆହତ ହୋଇଥିବା ବେଳେ ମୃତକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅଧିକ ପଢ଼ନ୍ତୁ : ବିଚ୍ ରାସ୍ତାରେ ନାବାଳିକାକୁ ହତ୍ୟା: ଲୋକ ଦେଖିଲେ, ବଞ୍ଚୋଇବାକୁ କେହି ଚେଷ୍ଟା ବି କଲେନି...

ଆଜି ରାତିରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା । ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା ୦୫ ମିନିଟ୍‌ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡା ହୋଇଥିବା ଏକ ମାଲବାହୀ ଟେନ ଉପରେ ଏହା ଚଢିଯାଇଥିଲା । ଫଳରେ ଟ୍ରେନ୍‌ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡିଛି ।

ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଶତାଧିକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ : ବାଗେଶ୍ୱର ଧାମର ମହନ୍ତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

ଖବରପାଇ ଜିଲ୍ଲା ପ୍ରଶାସନ, ରେଳବାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ନିକଟସ୍ଥ ବାହାନଗା, ସୋର ଓ ବାଲେଶ୍ୱର ଡାକ୍ତରଖାନା ନିଆଯାଉଛି । ତେବେ ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ମଧ୍ୟ ଲାଗି ପଡିଛନ୍ତି ।

helpline number

ଦୂର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବା ପାଇଁ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ରାଜସ୍ବ ମନ୍ତ୍ରୀ ଏବଂ ଏସ ଆର ସି ଦୂର୍ଘଟଣା ସ୍ଥଳ ଅଭିମୁଖେ ।

Share this story