ଏଣିକି ପ୍ରତିଦିନ ଜାରି ରହିବ ଗାଡ଼ି ଧରପଗଡ଼, ଜାଣନ୍ତୁ କ’ଣ ରହିଛି ନିୟମ
 

Traffic dcps letter to police station officer
ଏଣିକି ପ୍ରତିଦିନ ଜାରିରହିବ ଗାଡ଼ି ଧରପଗଡ଼

ଓଡ଼ିଆ ଗସିପ୍ ବ୍ୟୁରୋ:ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ଲାଗି କଠୋର ହୋଇଛି ଭୁବନେଶ୍ୱର ଟ୍ରାଫିକ୍‌ ପୁଲିସ। ଏଣିକି ପ୍ରତିଦିନ ଯାନବାହାନ ଧରପଗଡ଼ କରିବା ପାଇଁ ଭୁବନେଶ୍ୱର ଓ କଟକରେ ଥିବା ଟ୍ରାଫିକ ଥାନା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ପ୍ରାଣକୃଷ୍ଣ ରାଉତ। 

ରଙ୍ଗ୍‌ ସାଇଡ଼ ଡ୍ରାଇଭିଂ, ଗାଡ଼ି ଚଲାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର ଓ ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ପ୍ରତିଦିନ ସ୍ୱତନ୍ତ୍ର ଅଭିଯାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଟ୍ରାଫିକ୍‌ ଏସିପି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ଟ୍ରାଫିକ୍‌ ପରିଚାଳନା ସହିତ ଉପରୋକ୍ତ ରଙ୍ଗ ସାଇଡ଼ ଡ୍ରାଇଭିଂ, ଗାଡ଼ି ଚଲାଇବା ସମୟରେ ମୋବାଇଲ୍‌ ଫୋନ ବ୍ୟବହାରକାରୀ ଓ ମଦ୍ୟପ ଗାଡ଼ିଚାଳକଙ୍କ ଉପରେ ସ୍ୱତନ୍ତ୍ର ଭାବେ ଏନ୍‌ଫୋର୍ସମେଣ୍ଟ କରିବାକୁ କୁହାଯାଇଛି।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଟ୍ରାଫିକ ଥାନା ୧ର ୬ଜଣ ଓ ଟ୍ରାଫିକ ଥାନା ୨ର ୫ଜଣ ଅଧିକାରୀଙ୍କୁ ପ୍ରତିଟି ସେକ୍ସନ ଅନ୍ୟୁନ ୩ଟି ଲେଖାଏଁ ଗାଡ଼ି ଧରିବାକୁ ଟାର୍ଗେଟ ଦିଆଯାଇଛି। ଉପରୋକ୍ତ ୪ଟି ନିୟମ ଖିଲାପକାରୀଙ୍କ ବିରୋଧରେ ଅଭିଯାନକୁ ଜୋରଦାର କରାଯାଇଛି। ଏହିକ୍ରମରେ ଗତ ୧ ତାରିଖ ଠାରୁ ଭୁବନେଶ୍ୱରରେ ଧରପଗଡ଼କୁ ଜୋର୍‌ଦାର କରାଯାଇଛି। 

ଦୁଇଦିନ ମଧ୍ୟରେ ବିଭିନ୍ନ ଟ୍ରାଫିକ ନିୟମ ଖିଲାପ କରିଥିବା ମୋଟ ୧୦୩ଟି ଗାଡ଼ିକୁ ଜବତ କରାଯାଇଛି। ଟ୍ରାଫିକ ପୁଲିସ ତଥ୍ୟ ଅନୁସାରେ, ଟ୍ରାଫିକ ଥାନା-୧ ପୁଲିସ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୫ଟି ଗାଡ଼ି, ସିଗ୍ନାଲ ଡେଇଁଥିବା ୮ଟି ଗାଡ଼ି, ରଙ୍ଗ ସାଇଡ଼ ଡ୍ରାଇଭିଂରେ ୨୪ଟି ଗାଡ଼ି ଓ ଗାଡ଼ି ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଚାଳକଙ୍କ ଠାରୁ ୧୫ଟି ଗାଡ଼ି ଜବତ କରିଛି।

ଅଧିକ ପଢନ୍ତୁ :କ୍ୟାରିୟରକୁ ନେଇ ଚିନ୍ତିତ ରହିବା ସହ ଏହି ରାଶିର ଲୋକଙ୍କ ଅଯଥା ଖର୍ଚ୍ଚ ବଢ଼ିବ! ପଢନ୍ତୁ ଆଜିର ରାଶିଫଳ 

ସେହିପରି ଟ୍ରାଫିକ ଥାନା-୨ ଏହି ସମୟ ମଧ୍ୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୯ଟି ଗାଡ଼ି, ସିଗ୍ନାଲ ଡେଇଁଥିବା ଗୋଟିଏ ଗାଡ଼ି, ରଙ୍ଗ ସାଇଡ଼ ଡ୍ରାଇଭିଂରେ ୨୮ଟି ଗାଡ଼ି ଓ ଗାଡ଼ି ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଚାଳକଙ୍କ ଠାରୁ ୩ଟି ଗାଡ଼ି ଜବତ କରିସାରିଲାଣି। ମଦ୍ୟପାନ କରି ଧରାପଡ଼ିଥିବା ୨୪ଟି ଗାଡ଼ିର ଚାଳକଙ୍କ ବିରୋଧରେ ଭୁବନେଶ୍ବରର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। 

ମୋଟ ୧୦୩ ଗାଡ଼ି ମଧ୍ୟରୁ ୨୪ଟି ଗାଡ଼ି ଓ ଚାଳକଙ୍କୁ ସ୍ଥାନୀୟ ଥାନାକୁ ହସ୍ତାନ୍ତର କରାଯାଇଥିବା ବେଳେ ବାକି ୭୯ଟି ଗାଡ଼ିକୁ ଟ୍ରାଫିକ ଥାନା ପକ୍ଷରୁ ପିଆର ବଣ୍ଡ୍‌ ମାଧ୍ୟମରେ ଅଦାଲତକୁ ହସ୍ତାନ୍ତର କରାଯାଇଛି । ଏନେଇ ଟ୍ରାଫିକ ଡିସିପି ପ୍ରାଣକୃଷ୍ଣ ରାଉତ କହିଛନ୍ତି, ଏହି ଅଭିଯାନକୁ ଆହୁରି କ୍ରିୟାଶୀଳ କରାଯିବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

କ’ଣ ରହିଛି ନିୟମ

୧୮୫ ଏମଭି ଆକ୍ଟ ଅନୁସାରେ, ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ୨ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୬ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି। ସେହିପରି ସିଗ୍ନାଲ ଡେଇଁଲେ ଏମଭି ଆକ୍ଟର ୧୮୪ (ଏ), ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିଲେ ଏମଭି ଆକ୍ଟର ୧୮୪(ସି) ଓ ରଙ୍ଗ ସାଇଡ଼ରେ ଗାଡ଼ି ଚଳାଇଲେ ଏମଭି ଆକ୍ଟର ୧୮୪(ଇ) ଅନୁସାରେ ଏକରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୬ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

Share this story