୨ ଦିନ ବଡ଼ ବର୍ଷା; ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ, ରାଜ୍ୟରେ ୫ଦିନ ଜାରି ରହିବ କାଳବୈଶାଖୀର ପ୍ରଭାବ
 

Thunderstorm with rainfall will continue for the next 5 days in the state
ଆସୁଛି ବଡ ଲଘୁଚାପ 

ଓଡ଼ିଆ ଗସିପ୍ ବ୍ୟୁରୋ: ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ । ୨୪ରେ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବ ସମୁଦ୍ର ଅଶାନ୍ତ ରହିବ । ୨୪ ଓ ୨୫ ତାରିଖର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ଆଗାମୀ ୫ ଦିନରେ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ। ୨୨ତାରିଖ ୨୩ତାରିଖରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ସହ ପବନ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ପବନ ବହିବାର ସମ୍ଭାବନା ରହିଛି। 

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 

୨୩ ଓ ୨୪ ତାରିଖରେ କାଳବୈଶାଖୀ ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ବିଭିନ୍ନ ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ମଧ୍ୟ ପବନ ବହିପାରେ।

ସେହିପରି ୨୨ ତାରିଖରେ  ଲଘୁଚାପ ସୃଷ୍ଟି ହେବା ନେଇ ମଧ୍ୟ ଆକଳନ କରିଛି ପାଣିପାଗ କେନ୍ଦ୍ର । ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନିଭୂତ ହେବା ସହ ୨୪ ତାରିଖରେ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ : ବ୍ରେନ୍‌ ଟ୍ୟୁମର କଣ ଓ କାହିଁକି ହୁଏ ? ଜାଣନ୍ତୁ କାରଣ ଓ ହେବା ପୂର୍ବରୁ ଶରୀରରେ ଲକ୍ଷଣ

ସେପଟେ ମତ୍ସ୍ୟଜୀବୀମାନଙ୍କୁ ମେ ୨୩ରୁ ବଙ୍ଗୋପସାଗରର କେନ୍ଦ୍ରୀୟ ଉପସାଗରରେ ଏବଂ ମେ ୨୪ରୁ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମେ’ ୨୩ପୂର୍ବରୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ଅଧିକ ପଢନ୍ତୁ : ହାର୍ଟ ଷ୍ଟ୍ରୋକ୍ ଭଳି ସମସ୍ୟା ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 
 

Share this story