ରାଜ୍ୟରେ ଜାରି ରହିଛି କାଳବୈଶାଖୀ, ୫ଦିନ ବର୍ଷା ! କମିବ ତାତି, ପୁଣି ଏହି ଦିନଠୁ ବଢିବ ତାପମାତ୍ରା
 

Thundershowers to Continue in Odisha for Next 4 to 5 Days
ରାଜ୍ୟରେ ଜାରି ରହିଛି କାଳବୈଶାଖୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରଚଣ୍ଡ ତାତିରେ ଲାଗିଛି ବିରାମ। ୫ ଦିନ ଯାଏ କାଳବୈଶାଖୀ ପ୍ରଭାବରେ ସପ୍ତାହେ ପର୍ଯ୍ୟନ୍ତ ତାତିରେ ଲଗାମ ଲାଗିବ। ମାତ୍ର ୧୭ ତାରିଖରୁ ରାଜ୍ୟକୁ ପୁଣି ଫେରିବ ତାତି। ଗ୍ରୀଷ୍ମ ଲହରୀରେ ପୁଣି ଅସ୍ତବ୍ୟସ୍ତ ହେବ ଅଧା ଓଡ଼ିଶା। 

ଆଇଏମ୍‌‌ଡିର ବିସ୍ତାରିତ ପରିସର ଆକଳନ ଅନୁଯାୟୀ ଆସନ୍ତା ମେ’ ୧୭ ତାରିଖରୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ହେବ ଏବଂ ଏହି ପ୍ରକୋପ ୨୩ ତାରିଖ ପର୍ଯ୍ୟନ୍ତ ରହିବ। ଏପରିକି ଏହି ସମୟରେ ଦିନର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇବ। 

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଏହାଦ୍ୱାରା ପୁଣିଥରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ସ୍ଥିତି ଉପୁଜିବ। ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିବା କାରଣରୁ ତାପମାତ୍ରା ହ୍ରାସ ପାଇଛି। ବିଶେଷକରି ଉପକୂଳ ଓଡ଼ିଶାରେ ଲଗାତାର କାଳବୈଶାଖୀ ଜନିତ ବର୍ଷା ଓ ପବନ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ଦେଇଛି। 

ଅନ୍ୟପଟେ ଏହି ସ୍ଥିତି ପ୍ରାୟ ୫ ଦିନ ପର୍ଯ୍ୟନ୍ତ ଜାରି ରହିବା ସହ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅଧିକ ପଢନ୍ତୁ : ରାହୁଙ୍କ ନକ୍ଷେତ୍ର ପରିବର୍ତ୍ତନ ଯୋଗୁଁ ସତର୍କ ରୁହନ୍ତୁ ଏହି ୬ ରାଶି, ନଚେତ୍ ହେବ ବଡ କ୍ଷତି!
 

Share this story