ଅପହରଣ ନୁହେଁ କୂଅ ଭିତରୁ ମିଳିଲା ୪ ନିଖୋଜ ପରିବାର ବର୍ଗଙ୍କ ମୃତଦେହ, ଓଡ଼ିଶାରେ ଘଟିଯାଇଛି ଏହି ରୋଚକ କରିଦେଲା ଘଟଣା...

three members of a family dead body recovered from well murder suspected

ଓଡ଼ିଆ ଗସିପ ବ୍ୟୁରୋ: ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା । ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍‌ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯିବା ସହ ୪ ମୃତଦେହ ଗାଡ଼ି ଭିତରୁ ମିଳିଛି ।

ମୃତ ପରିବାର ଲୋକେ ହେଲେ ନବରଙ୍ଗପୁର ରାଇଘରର ସପନ ସରକାର, ପତ୍ନୀ ଇତିଶ୍ରୀ, ଶାଳକ ବିଶ୍ୱଜିତ୍‌ ଏବଂ ପଡ଼ୋଶୀ ହାଜାରି ଢାଲି ।

ସମସ୍ତେ ଏକାଠି ଛତିଶଗଡ଼ କାଙ୍କେରକୁ ଏକ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ । ହେଲେ ସେଠାରୁ ଆଉ ଘରକୁ ଫେରିନଥିଲେ । ତେଣୁ ସେମାନଙ୍କୁ କେହି ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଲଟିଲା ପିକ୍‌ନିକ୍‌ ବସ୍‌, ଗାଡ଼ିରେ ଥିଲେ ୪୮ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ, ଚାଲିଗଲା ନିରୀହ ଜୀବନ...

ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା କୂଅ ଭିତରୁ କାର୍‌କୁ ବାହାର କରାଯାଇଥିଲା । ଏହାରି ମଧ୍ୟରୁ ୪ ମୃତଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ଅପହରଣ ନେଇ ସନ୍ଦେହ କରାଯାଉଥିବା ବେଳେ ଏବେ ସମସ୍ତ ୪ ଜଣ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ । ବିଶ୍ୱଜିତ୍‌ଙ୍କ ଘର କୋଣ୍ଡାଗାଁରେ ହୋଇଥିବାରୁ ରାତିରେ ସେଠି ରହିବେ ବୋଲି ସେମାନେ ନିଷ୍ପତ୍ତି ନେଇଥିଲେ । ହେଲେ ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କର ଫୋନ୍ ଆଉ ଲାଗିନଥିଲା ।

ଦେଖନ୍ତୁ ଭିଡ଼ିଓ :
 


ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ସ୍ତ୍ରୀ ନୁହେଁ ସେ ଡାହାଣୀ! ଅବୈଧ ସମ୍ପର୍କରେ ବାଧା ହେବାରୁ ସ୍ୱାମୀକୁ ଭୁଲ୍‌ ଔଷଧ ଦେଇ ମାରିଦେଲେ...

୪ ଜଣଙ୍କ ସମ୍ପର୍କରେ କୌଣସି ପତ୍ତା ନମିଳିବାରୁ ଏନେଇ ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦେଇଥିଲେ । ଅପହରଣ ସନ୍ଦେହ କରି ପରିବାର ଲୋକେ ଏତଲା ଦେଇଥିଲେ । ନବରଙ୍ଗପୁର ରାଇଘର ତହସିଲର ସୁପରଭାଇଜର ହେଉଛନ୍ତି ସପନ ସରକାର ।

Share this story