ସ୍ତ୍ରୀ ନୁହେଁ ସେ ଡାହାଣୀ! ଅବୈଧ ସମ୍ପର୍କରେ ବାଧା ହେବାରୁ ସ୍ୱାମୀକୁ ଭୁଲ୍‌ ଔଷଧ ଦେଇ ମାରିଦେଲେ...

wife killed husband by giving her high dose medicine to achieve her lover

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଥମେ ସ୍ୱାମୀ ଉପରେ କରାଇଲା ଆକ୍ରମଣ, ବଞ୍ଚିଯିବାରୁ ପ୍ରତିଦିନ ଦେଉଥିଲା ବିଷ । ପର ହୋଇଗଲା ମଥାର ସିନ୍ଦୂର । ଅବୈଧ ସମ୍ପର୍କରେ ଅନ୍ଧ ହୋଇ ସ୍ତ୍ରୀ ସାଜିଲା ହତ୍ୟାକାରୀ । ନିଜ ହାତରେ ହିଁ ସ୍ୱାମୀକୁ ମାରିଦେଲେ ମହିଳା ।

ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରିଥିବା ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଜଣେ ମହିଳା ନିଜ ପ୍ରେମିକ ସହିତ ଏପରି ଷଡଯନ୍ତ୍ର କରିଥିଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାନପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।

ଅଭିଯୁକ୍ତ ମହିଳା ଜଣକ ପ୍ରଥମେ ସ୍ୱାମୀଙ୍କୁ ମାରିବା ପାଇଁ ପ୍ରୟାସ କରିଥିଲେ । ହେଲେ ସୌଭାଗ୍ୟକ୍ରମେ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବାପରେ ସେ ବଞ୍ଚିଯାଇ ଘରକୁ ଫେରିଥିଲେ । ହେଲେ ସେବା କରିବା ପରିବର୍ତ୍ତେ ଔଷଧ ନାଁରା ବିଷ ଦେବା ଆରମ୍ଭ କରିଥିଲା ସ୍ତ୍ରୀ । ଫଳରେ ଯୁବକଙ୍କ ଲିଭର୍ ଏବଂ କିଡନୀ ଫେଲ୍‌ ହୋଇଯିବାରୁ ସେ ଜୀବନ ହରାଇଛନ୍ତି ।

କଲ୍ୟାଣପୁର ଥାନା ଅନ୍ତର୍ଗତ ଏକ ଗାଁରେ ରହୁଥିଲେ ରିଷବ ତ୍ରିପାଠୀ ଓ ପତ୍ନୀ ସପନା । ବିବାହିତ ହୋଇଥିଲେ ସୁଦ୍ଧା ଆଉ ଜଣେ ଯୁବକ ରାଜ କୁମାର ଗୁପ୍ତାଙ୍କ ପ୍ରେମରେ ପାଗଳୀ ଥିଲେ ସପନା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ରାଜଧାନୀ ଭୁବନେଶ୍ୱରରେ ଛାତ୍ରୀଙ୍କୁ ଗାଡିରେ ଉଠାଇ ନେଲେ, ତା ସହ ଦୁଷ୍କର୍ମ କଲେ, ଆଉ ତା’ପରେ…ଦେଖନ୍ତୁ Video

ରିଷବ ଏକଥା ଜାଣିବା ପରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସହ ସଂପୃକ୍ତ ଯୁବକଙ୍କ ଠାରୁ ଦୂରେଇ ରହିବା ପାଇଁ ସ୍ତ୍ରୀକୁ ପରାମର୍ଶ ଦେଇଥିଲେ । ହେଲେ ନିଜ ଭୁଲ୍‌ ବୁଝିବା ପରିବର୍ତ୍ତେ ସ୍ୱାମୀକୁ ହିଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସପନା ।

ନଭେମ୍ବର ୨୭ ରେ ରିଷବ ନିଜ ସାଙ୍ଗଙ୍କ ସହ ବିବାହ ଉତ୍ସବ ପାଇଁ ଚକ୍ରପୁର ଗ୍ରାମକୁ ଯାଇଥିଲେ । ଫେରୁଥିବା ସମୟରେ ଅଜଣା ଲୋକମାନେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ରିଷବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସିତ ହେବାପରେ ଘରକୁ ତାଙ୍କୁ ଘରକୁ ଅଣାଯାଇଥିଲା । ହେଲା ପ୍ରେମରେ ଅନ୍ଧ ହୋଇଯାଇଥିବା ସପନା ନିଜ ପ୍ଲାନ୍‌ ଫେଲ୍‌ ହୋଇଯାଇଥିବା ଦେଖି ଆଉ ଏକ ପ୍ଲାନ୍‌ କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଲଜ୍ଜା: ଲିଫ୍ଟ ଭିତରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ, ଲୋମ ଟାଙ୍କୁରା ଘଟଣା...

ପ୍ରେମିକ ସହ ମିଶି ଯୋଜନା ମୁତାବକ ରିଷବଙ୍କୁ ଭୁଲ୍‌ ମେଡିସିନ୍‌ ଦେବା ଆରମ୍ଭ କରିଥିଲେ । ଫଳରେ ତାଙ୍କର ଲିଭର୍‌ ଓ କିଡନୀ ଖରାପ ହୋଇ ଡିସେମ୍ବର ୩ରେ ହସ୍ପିଟାଲରେ ସେ ପ୍ରାଣ ହରାଇଥିଲେ । ହେଲେ ଏକଥାକୁ ଗ୍ରହଣ କରିପାରିନଥିଲେ ରିଷବଙ୍କ ପରିବାର ଲୋକ । ସନ୍ଦେହ ହେବାରୁ ଜଣେ ପଡୋଶୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ କ୍ରମେ ପରିବାର ଲୋକ ତଥା ପାଖପଡ଼ୋଶୀ ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସ୍ । ଆଉ ଏହି ସମୟରେ ସପ୍‌ନାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାପଡ଼ିଥିଲା । ଆଉ ଏନେଇ ସପ୍‌ନାଙ୍କୁ ପଚରାଉଚରା କରିବା ପରେ ସେ ସତ ମାନି ଯାଇଥିଲେ । ଏବେ ସପନା ଓ ପ୍ରେମିକ ରାଜ କୁମାରଙ୍କୁ ବାନ୍ଧି ନେଇଛି ପୋଲିସ୍‌ ।

Share this story