ରାଜଧାନୀ ଭୁବନେଶ୍ୱରରେ ଛାତ୍ରୀଙ୍କୁ ଗାଡିରେ ଉଠାଇ ନେଲେ, ତା ସହ ଦୁଷ୍କର୍ମ କଲେ, ଆଉ ତା’ପରେ…ଦେଖନ୍ତୁ Video

rape on moving car

ଓଡ଼ିଆ ଗସିପ ବ୍ୟୁରୋ: ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେ କୌଣସି ସ୍ଥାନରେ ରହି ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ତାଙ୍କୁ କାରରେ ଉଠେଇ ନେଲେ ଦୁର୍ବୁତ୍ତ ଆଉ ଏହା ପରେ ଯୁବତୀଙ୍କ ସହ କଲେ ଦୁଷ୍କର୍ମ । ଏଭଳି ଅଭିଯୋଗ ନୂଆପଲ୍ଲୀ ଥାନାରେ କରିଛନ୍ତି ପୀଡ଼ିତା ଜଣକ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଦେଖନ୍ତୁ EXCLUSIVE ଭିଡ଼ିଓ: ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଖସି ପଡିଲେ ଛାତ୍ରୀ ଆଉ ତା'ପରେ କିଛି ଏପରି ଘଟିଥିଲା...

ଚାରି ଜଣ ଦୁର୍ବୁତ୍ତ ଅଗଷ୍ଟ ପହିଲାରେ ତାଙ୍କୁ କାରରେ ଜୋର ଜବରଦସ୍ତ ଅପହରଣ କରିଥିଲେ । ପରେ ଜଣେ ଦୁର୍ବୁତ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତା ତାଙ୍କ ପରିବାର ଲୋକଙ୍କ ସହ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।

ସେପଟେ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା । ଆସନ୍ତା କାଲି ଡାକ୍ତରୀ ମାଇନା କରାଯିବ ବୋଲି ଜଣା ପଡିଛି । ଯୁବତୀଙ୍କ ଅଭିଯୋଗ ଅନୁଯାଇ ସେ ଜୟଦେବ ବିହାର ସ୍ଥିତ ଏକ କଲେଜରେ ଯୁକ୍ତ 2 ପଢନ୍ତି ।

ସାଲିଆ ସାହି ସ୍ଥିତ ନିଜ ଘରୁ କଲେଜକୁ ଆସୁଥିବା ବେଳେ ଚାରି ଜଣ ଦୁର୍ବୁତ୍ତ ତାଙ୍କୁ ଅପହରଣ କରିଥିଲେ । ତାଙ୍କ ମୁହଁରେ ଏକ କପଡା ଲଗାଇ ଅଚେତ କରି ଦେଇଥିଲେ । ଏହା ପରେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲେ । ଯୁବତୀଙ୍କ ଚେତା ଫେରିବା ବେଳକୁ ସେ ଏକ ବନ୍ଦ କୋଠରିରେ ଥିଲେ ।

ଏକାଧିକ ଥର ତାଙ୍କୁ ଦୁଷ୍କର୍ମ କରିଥିବା ସେ ବୟାନରେ କହିଛନ୍ତି । ଅନ୍ୟ ପଟେ ନୂଆପଲ୍ଲୀ ପୋଲିସ କହିଛି ଯୁବତୀଙ୍କୁ କେହି ଅପହରଣ କରିଥିଲେ ବରଂ ସେ ପ୍ରେମ କରି ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିଲେ ।

ଦେଖନ୍ତୁ Video:

ସେମାନେ ମନ୍ଦିରରେ ବିବାହ କରିଥିଲେ । ଘର ଲୋକ ଝିଅକୁ ଅପହରଣ କରିଥିବାର ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଝିଅକୁ ଉଦ୍ଧାର କରିଥିଲା । ପରେ ଝିଅ ଘର ଅପହରଣ ଓ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି ।

Share this story