ଦେଖନ୍ତୁ EXCLUSIVE ଭିଡ଼ିଓ: ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଖସି ପଡିଲେ ଛାତ୍ରୀ ଆଉ ତା'ପରେ କିଛି ଏପରି ଘଟିଥିଲା...

college girl student stuck in between platform and train gap and this happened

ଓଡ଼ିଆ ଗସିପ ବ୍ୟୁରୋ: ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଖସି ପଡିଲେ ଛାତ୍ରୀ । ଆଉ ତା'ପରେ ଘଟିଯାଇଥିଲା ଏପରି ଛାତିଥରା ଦୃଶ୍ୟ ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ହଠାତ କେହି କିଛି ନ ଜାଣିବା ପୂର୍ବରୁ ଛାତ୍ରୀ ଜଣଙ୍କ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ଗୋଡ ଖସିଯାଇଥିଲା ଆଉ ସେ ପ୍ଲାଟଫର୍ମ ଏବଂ ଟ୍ରେନ ମଝିରେ ଫସିଯାଇଥିଲେ ।

ବିଶାଖାପାଟନମର ଦୁବ୍ଦାଡା ରେଲେଓ୍ଵ ଷ୍ଟେସନରେ ଘଟିଛି ଏହି ଘଟଣା । ସୂଚନା ମୁତାବକ, ବିଶାଖାପାଟନମ ଜିଲ୍ଲା ଦୁବ୍ଦାଡା ଷ୍ଟେସନରେ ସାଇକ୍ସ କଲେଜରେ ପଢୁଥିବା ଜଣେ ଛାତ୍ରୀ ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସରୁ ଓହ୍ଲାଇବା ସମୟରେ ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଖସି ପଡିଥିଲେ ।

ଛାତ୍ରୀ ଜଣକ ଟ୍ରେନରୁ ଓହ୍ଲାଇବା ସମୟରେ ଏହି ଘଟଣା ଘଟିଥିଲା । ପ୍ଲାଟଫର୍ମରେ ଛାତ୍ରୀ ଜଣକ ଓହ୍ଲାଉଥିବା ବେଳେ ପାଦ ଖସିଯାଇଥିଲା । ଯାହାଫଳରେ ପ୍ଲାଟଫର୍ମ ଏବଂ ଟ୍ରେନ ମଝିରେ ଛାତ୍ରୀ ଜଣକ ଫସିଯାଇଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଦେହ ବେପାର ଚାଲୁଥିବା ବେଳେ ମାଡିବସିଲା ପୋଲିସ, ବହୁ ଆପତ୍ତି ଜନକ ସାମଗ୍ରୀ ଜବତ

ଛାତ୍ରୀ ଜଣକ ସହାୟତା ପାଇଁ ଚିତ୍କାର କରିଥିଲେ । ଫଳରେ ଷ୍ଟେସନ ଅଧିକାରୀ ତୁରନ୍ତ ଟ୍ରେନ ଅଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପାଖାପାଖି ଦେଢ ଘଣ୍ଟା ପର୍ଯ୍ୟନ୍ତ ଛାତ୍ରୀ ଜଣକ ସେଠାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

ଦେଖନ୍ତୁ EXCLUSIVE ଭିଡ଼ିଓ:

ଆରପିଏଫ ଯବାନଙ୍କ କଠିନ ପରିଶ୍ରମ କରିବା ପରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରିବା ପାଇଁ ପ୍ଲାଟଫର୍ମକୁ ତଡା ଯାଇଥିଲା । ତା' ପରେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ଯୋଗୁଁ ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ ଟ୍ରେନ ଦେଢ ଘଣ୍ଟା ବିଳମ୍ବରେ ଚାଲିଥିଲା ।

Share this story