ଓଲଟିଲା ପିକ୍‌ନିକ୍‌ ବସ୍‌, ଗାଡ଼ିରେ ଥିଲେ ୪୮ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ, ଚାଲିଗଲା ନିରୀହ ଜୀବନ...

picnic bus accident killing two students at the spot

ଓଡ଼ିଆ ଗସିପ ବ୍ୟୁରୋ: ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍‌ନିକ୍‌ ସାରି ବସ୍‌ରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଗତକାଲି ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି ।

ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଓଲଟିଲା ବସ୍‌ । ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍‌ନିକ୍‌ ସାରି ବସ୍‌ରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଗତକାଲି ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଜୀବନରେ ବିଭିନ୍ନ କ୍ଷେତ୍ରରେ ପଥରୋଧ ଦେଖାଦେଇପାରେ

ସୂଚନା ଅନୁସାରେ, ମୁମ୍ବାଇ ଚେମ୍ବୁର ସ୍ଥିତ ଏକ କୋଚିଂ ସେଣ୍ଟରର ୪୮ ଜଣ ଦଶମ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକ ବସ୍‌ରେ ଲୋନାଭାଲାକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ରାଇଗଡ଼ ଜିଲ୍ଲା ଖୋପଲି ନିକଟ ଓଲ୍ଡ ମୁମ୍ବାଇ-ପୁଣେ ହାଇୱେରେ ବସ୍‌ ଓଲଟି ପଡ଼ିଥିଲା ।

ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଥିଲା । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି ।

ଫଳରେ ଏଥିରେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି । ଛାତ୍ରଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ଆହତଙ୍କୁ ଲୋନାଭାଲାର ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । 

Share this story