ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଜୀବନରେ ବିଭିନ୍ନ କ୍ଷେତ୍ରରେ ପଥରୋଧ ଦେଖାଦେଇପାରେ

know your horoscope of December 12 2022

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜିର ରାଶିଫଳ (ଡିସେମ୍ବର ୧୨, ୨୦୨୨) ।

ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ସମସ୍ତ କାର୍ଯ୍ୟକୁ ସମୟ ପୂର୍ବରୁ ସଂପାଦନ କରିପାରନ୍ତି । ମହିଳାମାନଙ୍କ କୁଶଳତା ପ୍ରକାଶ ପାଇବ । ଅନେକ ଦିନର ଦୁଶ୍ଚିନ୍ତା ଦୂର ହେବ । ବିଭିନ୍ନ ଦିଗରୁ ସହଯୋଗ ପାଇ ଆତ୍ମବିଶ୍ବାସ ବଢ଼ିବ ।

ବୃଷ: ମିଳିଥିବା ସୁଯୋଗର ଯଥାର୍ଥ ଉପଯୋଗ କରି ଲାଭବାନ ହେବେ । ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜ କାର୍ଯ୍ୟ ନିଜେ କରିବା ଶ୍ରେୟସ୍କର । ଚିନ୍ତାଧାରା ଉନ୍ନତମାନର ହେବ । ମହିଳାମାନେ ସମ୍ବେଦନଶୀଳା ହେବେ ।

ମିଥୁନ: ନିଜକୁ ଅସହାୟ ମନେ କରିପାରନ୍ତି । ଖର୍ଚ୍ଚ ପରିମାଣ ଅତ୍ୟଧିକ ବୃଦ୍ଧି ପାଇବ । ଅସୁସ୍ଥତାରୁ ଆରୋଗ୍ୟ ହେବେ । ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି । ବିଭିନ୍ନ କ୍ଷେତ୍ରରେ ପଥରୋଧ ଦେଖାଦେଇପାରେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଇନ୍‌ଷ୍ଟାଗ୍ରାମରେ ପ୍ରେମ କରି ଫସିଲେ ୨ ଭଉଣୀ, ଯାଜପୁର ଟୋକାର ଅଭିନବ ଖେଳ, ଶେଷରେ ଏମିତି ହେଲା ଅବସ୍ଥା...

କର୍କଟ: ମୂଲ୍ୟବାନ ଦ୍ରବ୍ୟଲାଭ କରିବେ । ରୁଚିକର ଭୋଜନରେ ତୃପ୍ତିଲାଭ କରିବେ । କାର୍ଯ୍ୟର ସଫଳତା ମିଳିବ । ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କ ନିବିଡ଼ ହେବ । ସରକାରୀ ସ୍ତରରୁ ଅର୍ଥପ୍ରାପ୍ତ ହୋଇପାରେ ।

ସିଂହ: କଷ୍ଟକର କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ । ପରିଶ୍ରମର ଫଳ ମିଳିବ । ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ । ଦେବ ଦର୍ଶନ ଯୋଗ ରହିଛି । ମହିଳାମାନେ ସ୍ବାଧୀନଚେତା ହେବେ ।

କନ୍ୟା: ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଯାନବାହନ ସୁଖ ମିଳିବ । କର୍ମକ୍ଷେତ୍ରରେ କ୍ଷମତାଶାଳୀ ହେବେ । ସାମାଜିକ ଜୀବନରେ ମାନବବାଦୀ ହୋଇପାରନ୍ତି । ନୂତନ କାର୍ଯ୍ୟରେ ଦକ୍ଷତା ହାସଲ କରିବେ ।

ତୁଳା: ଯାତାୟାତ ସମୟରେ ସାବଧାନ ରୁହନ୍ତୁ । କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ବିଭିନ୍ନ ପ୍ରକାର ବାଧାବିଘ୍ନ ଉପୁଜିପାରେ । ମହିଳାମାନେ ସ୍ବାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଯୁକ୍ତ ହୋଇପାରେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମହିଳାମାନେ ଏକୁଟିଆ ଘରେ କରିଥାନ୍ତି ଏହି କାମ, ଯାହା 90 ପ୍ରତିଶତ ପୁରୁଷଙ୍କୁ ନାହିଁ ଜଣା...

ବିଛା: ପରିବାରରେ ଅଶାନ୍ତି ଦେଖାଦେଇପାରେ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ମିଳିବ । ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି ।

ଧନୁ: କୌଣସି ବଡ଼ଧରଣର କାର୍ଯ୍ୟ ତୁଲାଇବେ । ସାଂସାରିକ ସୁଖସମୃଦ୍ଧି ପ୍ରାପ୍ତି ହେବ । ପ୍ରଶାସନିକ ସକ୍ରିୟ ରହିବେ । ବ୍ୟବସାୟ ବୃଦ୍ଧି ନିମନ୍ତେ ନୂତନ ରାସ୍ତା ପାଇବେ ।

ମକର: ବୁଦ୍ଧି ବଳରେ କାର୍ଯ୍ୟକୁ ନିଜ ଆୟତ୍ତରେ ରଖିବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ବ୍ୟବହାରରେ କୁଶଳତା ରକ୍ଷା କରନ୍ତୁ । ଆର୍ଥିକ ସ୍ଥିତିରେ ସୁଧାର ପରିଲକ୍ଷିତ ହେବ ।

କୁମ୍ଭ: ବିଭିନ୍ନ ସ୍ତରରୁ ସହଯୋଗ ପାଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ ପାଇ ସନ୍ତୁଷ୍ଟ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କୃଷିକାର୍ଯ୍ୟରେ ନିୟୋଜିତ ହେବେ ।

ମୀନ: ନିଜ ପ୍ରଚେଷ୍ଟାରେ ସଫଳତା ପାଇବେ । ଆପଣଙ୍କ କଥା ଅନୁସାରେ ସବୁ କାର୍ଯ୍ୟ ହୋଇପାରେ । ଘରେ ଲାଗିରହିଥିବା ତିକ୍ତତା ଭିନ୍ନମୋଡ଼ ନେବ । ପରିସ୍ଥିତିକୁ ଲକ୍ଷ୍ୟ କରି ନିଜକୁ ବଦଳାଇବାକୁ ଚେଷ୍ଟା କରିବେ ।

Share this story