ଇନ୍‌ଷ୍ଟାଗ୍ରାମରେ ପ୍ରେମ କରି ଫସିଲେ ୨ ଭଉଣୀ, ଯାଜପୁର ଟୋକାର ଅଭିନବ ଖେଳ, ଶେଷରେ ଏମିତି ହେଲା ଅବସ୍ଥା...

Jajpur boy arrested for cheating two women through instagram in odisha

ଓଡ଼ିଆ ଗସିପ ବ୍ୟୁରୋ: ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ପୋଷ୍ଟ ଓ ଲାଇକ୍‌ରୁ ପ୍ରେମ । ତାକୁ ଭରସା କରି ଦୁଇ ଯୁବତୀ ଚାଲିଆସିଲେ ତାମିଲନାଡୁରୁ ଯାଜପୁର । ଅନ୍‌ଲାଇନ୍‌ ପ୍ରେମିକାକୁ ପାଖରେ ପାଇ ଗୋଟିଏ ଘରେ ବନ୍ଦ କରି ରଖିଲା ତଥାକଥିତ ପ୍ରେମିକ ।

ମାସେକାଳ ଗୋଟିଏ ଘରେ ବନ୍ଦ ରହିବା ପରେ ସେଠାରୁ ଦୁଇ ଯୁବତୀଙ୍କୁ ଆଜି ସନ୍ଧ୍ୟାରେ ଉଦ୍ଧାର କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର । ଯାଜପୁର ଟାଉନ ଥାନା ଅନ୍ତର୍ଗତ ସୁନ୍ଦୁରେଇମୁହଁ ଅଞ୍ଚଳରେ ଆଜି ଏହାକୁ ନେଇ ଚର୍ଚ୍ଚା । ବନ୍ଦ କୋଠରିରୁ ୨ ଜଣ ଯୁବତୀଙ୍କୁ ଟାଉନ ପୁଲିସ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖିଛି ।

ପୁଲିସ ସୂଚନା ଅନୁସାରେ, ବଲାଙ୍ଗୀର ଖପରାଖୋଲ ଅଞ୍ଚଳର ଦୁଇ ଭଉଣୀ ଦୁଇ ବର୍ଷ ହେଲା ତାମିଲନାଡୁରେ ଏକ କଂପାନିରେ ସିଲେଇ କାମ କରୁଥିଲେ । ଯାଜପୁର ସଦର ଥାନା ଅବଦଲପୁର ବଣିଆସାହିର ରଂଜିତ ସାହୁ (୨୩)ଙ୍କ ସହ ତିନି ମାସ ହେବ ଇନଷ୍ଟାଗ୍ରାମରେ ଚାଟ୍‌ ହୋଇଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ସ୍ତ୍ରୀ ନୁହେଁ ସେ ଡାହାଣୀ! ଅବୈଧ ସମ୍ପର୍କରେ ବାଧା ହେବାରୁ ସ୍ୱାମୀକୁ ଭୁଲ୍‌ ଔଷଧ ଦେଇ ମାରିଦେଲେ...

ପରେ ସେମାନଙ୍କୁ ରଂଜିତ ବିବାହ ପ୍ରତିଶ୍ରୁତି ଦେଇ ଯାଜପୁରକୁ ଡକାଇଥିଲା । ଦୁଇ ଭଉଣୀ (ବୟସ ୨୩ ଓ ୧୯ ବର୍ଷ) ଟ୍ରେନ ଯୋଗେ ଯାଜପୁରରେ ପହଞ୍ଚିବା ପରେ ରଂଜିତ ସୁନ୍ଦୁରେଇମୁହଁ ଅଞ୍ଚଳର ଏକ ଭଡ଼ାଘରେ ତାଲା ପକାଇ ରଖିଥିଲା । ଏକ ମାସ ହେଲା ଦୁହିଁଙ୍କୁ ଘରେ ବନ୍ଦ କରି ରଖିଥିଲା ।

ଆଜି କୌଣସିମତେ ଦୁହେଁ ସେଠାରୁ ବାହାରିଥିଲେ । ପରେ ସ୍ଥାନୀୟ ଲୋକ ଓ ଜଣେ ଗଣାମାଧ୍ୟମଙ୍କ ପ୍ରତିନିଧି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଦୁଇ ଝିଅଙ୍କୁ ଉଦ୍ଧାର କରିଥିବାବେଳେ ରଂଜିତ ଫେରାର ହୋଇଯାଇଛି । ରଂଜିତର ମା’ ଓ ଦୁଇ ବଡ଼ଭାଇଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

Share this story