ସ୍କୋର୍ପିଓ ଭିତରୁ ୩ ଗୋରୁ ଉଦ୍ଧାର, ପୋଲିସ ସାମ୍ନାରେ ଗାଡ଼ିରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକେ
 

Three Cows Rescued From scorpio angry people burnt the Cars in front of the police
ସ୍କୋର୍ପିଓ ଭିତରୁ ୩ ଗୋରୁ ଉଦ୍ଧାର

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ନିକଟରୁ ଏକ ଗୋରୁ ବୋଝେଇ ସ୍କୋର୍ପିଓ ଗାଡିକୁ ସ୍ଥାନୀୟ ଲୋକେ ଜବତ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ସୂଚନା ଅନୁସାରେ OR -02 AH 0576 ନମ୍ବର ବିଶିଷ୍ଟ ଏକ ସ୍କୋର୍ପିଓ ଆଜି ଭୋରରୁ ଢେଂକିକୋଟ ପଟରୁ ସାହାର ପଡା ଆଡ଼କୁ ଗୋରୁ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ଗାଡି ଭିତରେ ବାନ୍ଧି ନେଉଥିବା ସମୟରେ ପାଟଣା ବନ ବିଭାଗର କର୍ମଚାରୀ ଉକ୍ତ ଗାଡିରେ କାଠ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଗାଡିକୁ ପିଛା କରିଥିଲେ, ତେବେ ଧାନବେଣୀ ନିକଟରେ ଗାଡିର ଆଗ ଚକ ହଠାତ୍ ଫାଟି ଯିବାରୁ ଗୋ ଚାଲାଣ କାରୀ ଗାଡିକୁ ଛାଡି ଫେରାର ହୋଇଯାଇଥିଲେ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ଗାଡିକୁ ଜବତ କରି ତଦନ୍ତ କରୁଥିବା ସମୟରେ ଉତ୍ୟକ୍ତ ଲୋକେ ପୋଲିସ ଉପସ୍ଥିତିରେ ସ୍କୋର୍ପିଓରେ ନିଆଁ ଲଗାଇ ଦେଇଥିଲେ ଗାଡିରେ ଆଂଶିକ ଭାବରେ ନିଆଁ ଲାଗିଥିବା ବେଳେ, ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ
 

Share this story