ରସିକିଆ ଭୂଗୋଳ ମାଷ୍ଟର: ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ

the teacher threatened to fail the exam if not in love the student complained

ଓଡ଼ିଆ ଗସିପ୍ ବ୍ୟୁରୋ: ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର । ସାରଙ୍କ ପ୍ରେମ ନିବେଦନରେ ହଟ୍ଟାହଟା ହେବା ପରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଅଧିକ ପଢ଼ନ୍ତୁ: ସଭିଙ୍କ ଦୁଃଖସୁଖର ସାଥୀ ରାଣୀ, ଜାଣନ୍ତୁ କିଛି ଖାସ୍ କଥା

ଭରତପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀର ଛାତ୍ରୀ ଭୂଗୋଳ ଶିକ୍ଷକ କାଳୁ ବଡ଼ଜେନାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ପ୍ରଥମେ ପ୍ରେମ ନିବେଦନ ଓ ପରେ ପାର୍କ ଯିବାକୁ ବାଧ୍ୟ କରିବା ସହ ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷା ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ ।

ଅଧିକ ପଢ଼ନ୍ତୁ: ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ୍

ଆଜିକୁ ଗୋଟେ ମାସ ହେବ ହଇରାଣ କରୁଥିବା କହିଛନ୍ତି ଛାତ୍ରୀ । ପ୍ରେମ ନ କଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ ଦେବା ସହ ପରୀକ୍ଷାରେ ଆଗୁଆ ନୋଟ୍ ବୁକ୍ ଦେଇ ପ୍ରେମ ଭିକ୍ଷା କରିଛନ୍ତି। ବାଟରେ ଅଟକାଇ ଘରେ କେହି ନ ଥିବା ବେଳେ ଘରକୁ ଯିବାକୁ ବାଧ୍ୟ କରିଥିଲେ ଭୂଗୋଳ ସାର୍।

ଅଧିକ ପଢ଼ନ୍ତୁ: ସୀମା ହାଇଦର୍‌ଙ୍କୁ ସୀମା ପାର୍‌ କରାଇବାରେ ରହିଛି ତୃତୀୟ ଲୋକର ହାତ

ସେପଟେ ଭୁଗୋଳ ଶିକ୍ଷକଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଭରତପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଛାତ୍ରୀ ଓ ଛାତ୍ରୀଙ୍କ ପରିବାର।

Share this story