ସଭିଙ୍କ ଦୁଃଖସୁଖର ସାଥୀ ରାଣୀ, ଜାଣନ୍ତୁ କିଛି ଖାସ୍ କଥା

details about jatra actress rani panda

ଓଡ଼ିଆ ଗସିପ୍ ବ୍ୟୁରୋ:  ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା (Jatra Actress Rani Panda)। ଅଧିକାଂଶ ସମୟରେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଗରିବଙ୍କ ଦୁଃଖ ସମୟରେ ପାଖରେ ସେ ଛିଡା ମଧ୍ୟ ହୁଅନ୍ତି। କୌଣସି ଦୁର୍ଘଟଣା ହେଉ କି କୌଣସି ଅଘଟଣ । ବିପତିଃ ସମୟରେ ଗରିବଙ୍କ ସାହାରା ପାଲଟି ଥାଆନ୍ତି ରାଣୀ ପଣ୍ତା । ମଞ୍ଚ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ରାଣୀ ଆଜି ଯାତ୍ରା ଜଗତର ଜଣେ ନାଁକରା ଅଭିନେତ୍ରୀ (Jatra Actress )।

ଅଧିକ ପଢ଼ନ୍ତୁ: ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ୍

ଆଇଟମ ଗାର୍ଲ ରାଣୀ ପଣ୍ତା ସବୁବେଳେ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସହିଦ ହୋଇଥିଲେ  ପୁରୀ ସତ୍ୟବାଦୀ ବ୍ଲକର ଅଳଗୁମ ପଞ୍ଚାୟତର ଦେବାଶିଷ ବିଶ୍ଵାଳ। ଦେବଦୂତ ସାଜି ରାଣୀ ତାଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରିବା ସହ ତାଙ୍କ ପରିବାରକୁ ସମବେଦନା ମଧ୍ୟ ଜଣାଇଥିଲ ।  

ସେହିପରି ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଆତ୍ମର ସଦଗତି କାମନା ମଧ୍ୟ କରିଥିଲେ । 

ଅଧିକ ପଢ଼ନ୍ତୁ: ସୀମା ହାଇଦର୍‌ଙ୍କୁ ସୀମା ପାର୍‌ କରାଇବାରେ ରହିଛି ତୃତୀୟ ଲୋକର ହାତ

ଯାତ୍ର ଅଭିନେତ୍ରୀ ରାନୀ ପଣ୍ତା,ନିକଟରେ ସେ ଅନୁଭବଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲ । ରାନୀ ପଣ୍ତାଙ୍କ ବିବାହ ପ୍ରସ୍ତାବ ନେଇ ଉତ୍ତର ରଖିଥିଲେ  ଅନୁଭବ ମହାନ୍ତି ।  ରାନୀ ନିଜ ସୋସିଆଲ ମିଡିଆରେ ଅନୁଭବଙ୍କର ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ଅନୁଭବ ମହାନ୍ତି କହିଛନ୍ତି ଯେ, 'ମୁଁ ତାଙ୍କୁ ବହୁତ ସମ୍ମାନ କରେ। ବ୍ୟକ୍ତିଗତ ଭାବରେ ତାଙ୍କ ସହ ମିଶିବାର ସୁଯୋଗ ପାଇନି । 

ଫଳରେ ମୁଁ ତାଙ୍କ ବିଷୟରେ ସେତେ କିଛି ଜାଣିନି,ଟିଭିରେ ଦେଖି ଏବଂ ଲୋକଙ୍କ ପାଖରୁ ଯେତିକି ତାଙ୍କ ବିଷୟରେ ଜାଣିଛି ସେ ଖୁବ୍ ଭଲ ଝିଅ । ସେ ଖୁବ ସେବା ମନବୃତ୍ତି ରଖୁଥିବା ଝିଅ । ସେ ଯେତିକି ରୋଜଗାର କରନ୍ତି ସେଥିରୁ ଲୋକଙ୍କର ସେବା କରନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିବି ତାଙ୍କ ଜୀବନ ସୁଖମୟ ହେଉ । ସେ ବହୁତ ଭଲରେ ରୁହନ୍ତୁ । ସେ ଯାହାକୁ ବି ବାହା ହେବେ ଜୀବନରେ ଜଣେ ଭଲ ସ୍ତ୍ରୀ ହୋଇପାରିବେ । କେବଳ ଜଣେ ସ୍ତ୍ରୀ ନୁହେଁ ଜଣେ ଭଲ ବୋହୂ ମଧ୍ୟ ହୋଇ ପାରିବେ।'

ଅଧିକ ପଢ଼ନ୍ତୁ: ବାଟରେ ଚାଲୁ ଚାଲୁ ଟଙ୍କାଟିଏ ଯଦି ମିଳେ କଣ କରିବେ? କଣ କହୁଛି ଜ୍ୟୋତିଷ ଶାସ୍ତ୍ର...

ସୂଚନା ଅନୁସାରେ,ନିକଟରେ ଅଭିନେତା ଅନୁଭବ ମହାନ୍ତିଙ୍କ ଜନ୍ମଦିନ ୨୪ ଡିସେମ୍ବରରେ ଥିଲା । କିନ୍ତୁ ଚଳିତ ଥର ଅନୁଭବ ନିଜ ଜନ୍ମଦିନ ପାଳନ କରି ନ ଥିଲେ । କାହିଁକିନା ଚଳିତ ବର୍ଷ ଅନୁଭବଙ୍କ ବଡବାପାଙ୍କ ଦେହାନ୍ତ ହୋଇଥିବାରୁ ସେ ଜନ୍ମଦିନ ପାଳିନାହାଁନ୍ତି  । ତା ସହ ସାଢେ ତିନି ବର୍ଷ ହେଲା ସ୍ତ୍ରୀ ବର୍ଷାଙ୍କ ପାଇଁ ସେ ମରି ମରି ବଞ୍ଚିଛନ୍ତି ବୋଲି କହିଛନ୍ତି । 

ଅନୁଭବ କହିଛନ୍ତି ଯେ, ସାରା ଓଡ଼ିଶାକୁ ଜଣା ଅଛି ଯେ, ତାଙ୍କ ବ୍ୟକ୍ତିଗତ ଜୀବନ ଠିକ୍ ନାହିଁ। ତେବେ ଯେଉଁଦିନ ତାଙ୍କର ଡିଭୋର୍ସ ବା ବିବାହ ବିଚ୍ଛେଦ ହେବ ସେବେ ସେ ଜନ୍ମଦିନ ପାଳିବେ ବୋଲି କହିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଅନୁଭବ ଏକ ଭିଡିଓ ଜାରି କରି ଏଭଳି ଭାବରେ ନିଜର ମନ୍ତବ୍ୟ ରଖିଥିଲେ। 

ଅଧିକ ପଢ଼ନ୍ତୁ: ମଝି ଆକାଶରେ ବେହୋସ ହୋଇଗଲେ ପାଇଲଟ୍ ; ଆଉ ତା’ପରେ ଘଟିଲା କିଛି ଏହିପରି ଘଟଣା…

ଜନ୍ମଦିନର ଗୋଟିଏ ଦିନ ପରେ ରାନୀ ପଣ୍ତା ଅନୁଭବଙ୍କ ପାଇଁ ଏକ ଭିଡିଓ  ଜାରି କରିଥିଲେ। ଯେଉଁଥିରେ ସେ ଅନୁଭବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏବଂ କଥା ଆଳରେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପାଇଁ ମଧ୍ୟ ଭିଡିଓରେ କହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ଖୁବ ଜୋରରେ ଆରମ୍ଭ ହୋଇଥିଲା । 

ସୋସିଆଲ ମିଡିଆ ମାଧ୍ୟମରେ ରାନୀଙ୍କୁ ବିଭିନ୍ନ ମତ ଦେଇଥିଲେ ସୋସିଆଲ ମିଡିଆ ୟୁଜର୍ସ । ଏହି କଥାକୁ ନେଇ ଅନେକ ଜଣ ଟ୍ରୋଲ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ରାନୀ ପଣ୍ଡା ନିଜର ଉତ୍ତର ପାଇଛନ୍ତି ଅଭିନେତା ଅନୁଭବଙ୍କ ମହାନ୍ତିଙ୍କ ଠାରୁ । ଯାହାକୁ ନିଜେ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, ଲଭ୍ ୟୁ ଧନ । 

ଅଧିକ ପଢ଼ନ୍ତୁ: ବିଶ୍ୱ ଧନୀ ତାଲିକାରେ ଆଦାନୀକୁ ପଛରେ ପକାଇ ଦେବେ ଏହି ଓଡିଆ ପୁଅ, ଜାଣନ୍ତୁ ତାଙ୍କର ସମ୍ପତ୍ତି ମୂଲ୍ୟ ବିଷୟରେ...

 

Share this story