ରାଜଧାନୀ ଭୁବନେଶ୍ୱର ରେ ମଶା ମାରିବ ଡ୍ରୋନ, ସେପଟେ ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜରିମାନା ଆଦାୟ କରିବ ବିଏମସି...

the mosquitos will be killed by using drone

ଓଡ଼ିଆ ଗସିପ୍ ବ୍ୟୁରୋ: ମଶା ମାରିବ ଡ୍ରୋନ । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିଏମସି ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରାଯିବ । ଏ ନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ ।

ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ । ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ ।

ଅଧିକ ପଢ଼ନ୍ତୁ : ଆଗକୁ ଆସିଲେ ବାର୍ ଡ୍ୟାନ୍ସର ଶୁଭଲକ୍ଷ୍ମୀଙ୍କ ଅଙ୍କଲ: ଷ୍ଟୁଡେଣ୍ଟରୁ ସୁଇସାଇଡ ଯାଏ ଖୋଲିଦେଲେ ଗୋପନ କଥା

ଅଧିକ ପଢ଼ନ୍ତୁ : ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସହିଦ, ଦୁଇମାସ ତଳେ କରିଥିଲେ ବିବାହ

ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା । ସେହିପରି ସାପ୍ତାହିକ ଡ୍ରାଏ ଡେ ପାଳନ କରାଯାଉଛି । ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜରିମାନା ଆଦାୟ କରିବ ବିଏମସି ।

ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବିଏମସି । ତେଣୁ ଜନସାଧାରଣ ମଶା ବଂଶ ବୃଦ୍ଧି ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରିଛି ବିଏମସି ।

Share this story