୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ଲଢ଼ିବ ବିଜେଡି, ସାଙ୍ଗଠନିକ ସମ୍ପାଦକଙ୍କ ବଡ ବୟାନ 
 

Support of the people and the leadership of Naveen patnaik BJD will big win in odisha
ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବିଜେଡି
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବିଜେଡି। ଦଳ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ଲଢ଼ିବ। ଏନେଇ ସୋସିଆଲ ମଡିଆ ଏକ୍ସରେ ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । 

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 

ନିର୍ବାଚନରେ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ବୋଲି ପ୍ରଣବ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପ୍ରଣବ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି । 

ଆଧିକ ପଢନ୍ତୁ : ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଆର୍ଥିକ ସମସ୍ୟା ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ

ରାଷ୍ଟ୍ର ଗଠନ ପାଇଁ ସହକାରୀ ସଂଘବାଦ ଓ ରାଷ୍ଟ୍ରନୀତିଜ୍ଞତା ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ। ନୂତନ ଓ ସଶକ୍ତ ଓଡ଼ିଶା ବିଜେଡିର ଲକ୍ଷ୍ୟ ହେବ । ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହାକୁ ହାସଲ କରିବା ଦିଗରେ ଦଳ ଆଗେଇ ଚାଲିଛି ।


ଆଧିକ ପଢନ୍ତୁ : ୧୨ ବର୍ଷ ପରେ ଏଭଳି ସଂଯୋଗ, ବୃଷ ରାଶିରେ ବୃହସ୍ପତି ଚଳନ! ଏହି ୪ ରାଶିକୁ ମିଳିବ ଶୁଭଫଳ 

Share this story