ପୋଲିସ କବଜାରେ ସ୍ୱାମୀଙ୍କ ଗାଡ଼ି; ସ୍ତ୍ରୀ କହିଲେ RTO ସାର୍ ଙ୍କ ସହ ରାତି କାଟିବି

spend night in my office tells RTO officer alleges woman victimized

ଓଡ଼ିଆ ଗସିପ୍ ବ୍ୟୁରୋ: ବିବାଦରେ ଭୁବନେଶ୍ୱର ଟ୍ରାଫିକ୍ ପୋଲିସ ଏବଂ ଭୁବନେଶ୍ୱର RTO । ଇଶାରା ଇଶାରାରେ ମହିଳାଙ୍କୁ କଲେ ଇଙ୍ଗିତ । କହିଲେ, ଯଦି ତମ ସ୍ୱାମୀର ଗାଡ଼ି ଫେରିବାକୁ ଚାହୁଁଛ ତେବେ ୧୫ ହଜାର ଟଙ୍କା ଫାଇନ୍ ଦିଅ । ନଚେତ ରାତି ସାରା ଏଇଠି ବସ । ଯଦି ନ ବସିବ ମୁଁ କଣ କହିବାକୁ ଚାହୁଁଛି ବୁଝି ପାରୁଥିବ ।

ହଁ ଆଜ୍ଞା ଜଣେ ବାଇକ ଚାଳକଙ୍କ ସ୍ତ୍ରୀଙ୍କୁ କିଛି ଏଭଳି କିଛି କହି ଖରାପ ଇଙ୍ଗିତ କରିଛନ୍ତି ଭୁବନେଶ୍ୱର RTO ଅଧିକାରୀ ଏବଂ ସମ୍ପୃକ୍ତ ଥିବା କିଛି କମିଶନରେଟ୍ ପୋଲିସ କିଛି ଟ୍ରାଫିକ୍ କର୍ମଚାରୀ । ଅଧିକାରୀ ଜଣଙ୍କ କହିଛନ୍ତି ଫାଇନ୍ କଟିଛି ମାନେ ତୁମେ ଭରିକି ଯିବ ଯଦି ନାହିଁ ତେବେ ରାତିସାରା ଏମିତି କାଟିଦେଲେ ବି ମୁଁ ତମ ସ୍ୱାମୀଙ୍କ ଗାଡ଼ିକୁ ଫେରାଇବି ନାହିଁ ।

ଅଧିକ ପଢ଼ନ୍ତୁ: ଆପଣଙ୍କ ରାଶିରେ ଅଛି କି ଶନି ଦୋଷ? କରନ୍ତୁ ଏହି ଉପାୟ, ଦୂର ହୋଇଯିବ ସମସ୍ତ ଦୁଃଖକଷ୍ଟ!

ଶେଷରେ ମିଡିଆ ଆଗରେ ମହିଳା କହିଛନ୍ତି ଯାହା ହେଇଯାଉ ପଛେ ଦରକାର ପଡ଼ିଲେ ସ୍ୱାମୀଙ୍କ ଗାଡ଼ି ଫେରି ପାଇବା ପାଇଁ ମୁଁ ବାବୁଙ୍କ ସଙ୍ଗେ ରାତି କାଟିବି ।

RTO ଅଧିକାରୀଙ୍କ ଏମିତି ହରକତକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆଲୋଚନା ଓ ସମାଲୋଚନା । କଥା କଣ କି କିଛି ଦିନ ହେବ ଓଲା, ଉବେର ବାଇକ ରାଇଡରଙ୍କୁ ହଇରାଣ ହରକତ କରୁଛି RTO ଏବଂ କମିଶନରେଟ୍ ପୋଲିସ ।

ପ୍ରାଇଭେଟ୍ ଭେହିକିଲ୍ କୁ କମର୍ସିଆଲ ଭାବେ ବ୍ୟବହାର କରୁଥିବାରୁ ମୋଟା ଅଙ୍କର ଫାଇନ୍ କାଟୁଛି RTO । ଫାଇନ୍ ଦେଇ ନ ପାରିଲେ ପୋଲିସ ସଂପୃକ୍ତ ଓଲା ଓ ଉବେର ଡ୍ରାଇଭରଙ୍କ ବାଇକ ଟେକି ନେଇଯାଉଛି ।

ଅଧିକ ପଢ଼ନ୍ତୁ: ସନ୍ଦେହଜନକ ମୃତ୍ୟୁ ଉପରେ ପଡିଲା ପୂର୍ଣ୍ଣଛେଦ, ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ; ସ୍ପଷ୍ଟ କଲେ ଭୁବନେଶ୍ବର ଡିସିପି

ଏମିତି ଏକ ଘଟଣା ଘଟିବା ପରେ ଗତକାଲି ଭୁବନେଶ୍ୱର ଆରଟିଓ -1 ରେ କିଛି ଓଲା ଓ ଉବେର ରାଇଡରଙ୍କ ସମେତ କିଛି ସାଧାରଣ ଜନତା ଓ ସେମାନଙ୍କ ପରିବାର ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜଣେ ମହିଳା କହିଥିଲେ କି ମୋ ସ୍ୱାମୀ ଜଣେ ସମ୍ପର୍କୀୟଙ୍କୁ ଛାଡ଼ିବାକୁ ଯାଇଥିଲେ ଏବଂ ତାଙ୍କୁ ଖାଇବାକୁ କିଛି ଟଙ୍କା ଦେଇଥିଲେ । ପୋଲିସ କିନ୍ତୁ ଏହାକୁ ଭିନ୍ନ ଅର୍ଥରେ ନେଇ ତାଙ୍କୁ ଗିରଫ କରିଛି । ଏହାକୁ ନେଇ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

Share this story