ସନ୍ଦେହଜନକ ମୃତ୍ୟୁ ଉପରେ ପଡିଲା ପୂର୍ଣ୍ଣଛେଦ, ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ; ସ୍ପଷ୍ଟ କଲେ ଭୁବନେଶ୍ବର ଡିସିପି

Subhalaxmi Committed Suicide, Confirms DCP Prateek Singh
ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ; ସ୍ପଷ୍ଟ କଲେ ଭୁବନେଶ୍ବର ଡିସିପି

ଓଡ଼ିଆ ଗସିପ୍ ବ୍ୟୁରୋ: ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ବାସରୁଦ୍ଧ ହେବାର ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଫଳରେ ଶୁଭଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଚର୍ଚ୍ଚା ହେଉଥିବା ଉପରେ ପୂର୍ଣ୍ଣଛେଦ ପଡିଛି । ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି।

ଅନ୍ୟପଟେ ସବୁ ଦିଗରୁ ତଦନ୍ତ କରାଯାଉଥିବା ନେଇ ଡିସିପି କହିଛନ୍ତି । ଆତ୍ମହତ୍ୟା ପଛର କ’ଣ କାରଣ ? କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? ଏ ସମସ୍ତ ଦିଗରେ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି । ଶୁଭଲକ୍ଷ୍ମୀଙ୍କ ସିଡିଆର ଯାଞ୍ଚ କରାଯାଇଛି । ସେଥିରୁ କିଛି ସନ୍ଦିଗ୍ଧ ତଥ୍ ମିଳିନି। ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କାରଣ ଅସ୍ପଷ୍ଟ ରହିଛି। ତାଙ୍କ ମାନସିକ ସ୍ଥିତି ଜାଣିବାକୁ ପରିବାର ଓ ପରିଜନଙ୍କୁ ପଚରାଉଚରା କରାଯାଉଥିବା ଡିସିପି କହିଛନ୍ତି।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଅନ୍ୟପଟେ ଗୁରୁବାର ପୁଲିସ ହାତରେ ଆଉ ଏକ ତଥ୍ୟ ଲାଗିଛି । ଭାଇରାଲ ଏମ୍‌‌ଏମ୍‌‌ଏସ୍‌‌ ଭିଡିଓ ପାଇଁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓରେ ଶୁଭଲକ୍ଷ୍ମୀ ସହିତ ଜଣେ ଯୁବକ ଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ତେବେ ଭିଡିଓରେ ଥିବା ଯୁବକ କିଏ? ତାଙ୍କ ନାଁ କ’ଣ? ଏହି ଭିଡିଓ ସୁଟିଂ କଲା କିଏ? ସେହି ଭିଡିଓ ଦେଖାଇ ଶୁଭଲକ୍ଷ୍ମୀଙ୍କୁ ବ୍ଲାକ୍‌‌ମେଲିଂ କରାଯାଉଥିଲା କି? ଭିଡିଓ ସହିତ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁରେ କ’ଣ ସମ୍ପର୍କ ରହିଛି? ଶୁଭଲକ୍ଷ୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସାମ୍ନାକୁ ଆସିବା ପରେ ଏମିତି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।

Share this story