ବାପାଙ୍କ ପାଇଁ ସଜ୍ଜା ଯାଉଥିଲା କୋକେଇ, ସେପଟେ ଗଛ ଡାଳ ପଡ଼ି ଚାଲିଗଲା ପୁଅର ଜୀବନ

son died before fathers last rites in odisha

ଓଡ଼ିଆ ଗସିପ ବ୍ୟୁରୋ: ନିୟତିର ଲେଖାକୁ କିଏ ବା ବଦଳାଇପାରିବ । ଯଦି କାହା ଭାଗ୍ୟରେ ମୃତ୍ୟୁ ଲେଖା ରହିଛି ତା'ର ମୃତ୍ୟୁ ହେବା ଥୟ । ଏମିତି ଏବେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ଯାହା କୁ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଲା ପରି ଲାଗିବ ।

ବାପାଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ କରିବା ବେଳେ ପୁଅ ଶବ ଉଠିଥିବା ଦେଖିବାକୁ ମିଳିଛି । ଏଭଳି ହୃଦୟ ବିଦାରୋକ ଘଟଣା ଘଟିଛି କୋରାପୁଟ କାମତା ଅଞ୍ଚଳରେ । ଗତ ରାତିରେ ଲକ୍ଷଣ ମଣ୍ଡଳ କୋରାପୁଟରେ ମୃତ୍ୟୁ ବରଣ କରିଥିଲେ ତାଙ୍କୁ ନିଜ କାମତା ଗ୍ରାମକୁ ଶବ ସତ୍କାର ପାଇଁ ଆଣିଥିଲେ ପରିବାର ଲୋକେ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ, ନଗଦ ଜବତ ହେଲା ୨୦୦ କୋଟି, ଟଙ୍କା ଗଣି ଗଣି ଅଧିକାରୀ ହାଲିଆ

ଅଧିକ ପଢ଼ନ୍ତୁ: ଠିକ ଭାବେ ଟଙ୍କା ବିନିଯୋଗ ନକଲେ କ୍ଷତି ସହିବେ ଏହିସବୁ ରାଶି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଆଜି ସକାଳୁ ସକାଳୁ ଶବ ସତ୍କାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ପୁଅ ବେଣୁଧର ମଣ୍ଡଳଙ୍କ ମୁଣ୍ଡ ଉପରେ ଏକ ଗଛର ଡାଳ ପଡି ଯାଇଥିଲା ଗଭୀର ଆଘାତ ଲାଗିବା ଫଳରେ ସଙ୍ଗେ ସଙ୍ଗେ ପରିବାର ଲୋକେ ବୋରିଗୁମ୍ମା ମେଡ଼ିକାଲକୁ ଆଣିଥିଲେ ।

କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପ୍ରଚାର ପରେ କାମତା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ଜୁଇରେ ବାପା ପୁଅକୁ ଶବ ସତ୍କାର ହେବା ପରେ ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି ଲକ୍ଷ୍ମଣଙ୍କ ପତ୍ନୀ ।

Share this story