ଓଡ଼ିଶାରେ ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ, ନଗଦ ଜବତ ହେଲା ୨୦୦ କୋଟି, ଟଙ୍କା ଗଣି ଗଣି ଅଧିକାରୀ ହାଲିଆ

Income tax officials recovered 200 crores rupees from businessman during raid

ଓଡ଼ିଆ ଗସିପ ବ୍ୟୁରୋ: ଟିକସ ଫାଙ୍କିବା ଅଭିଯୋଗରେ ଆଜି ବୌଦ୍ଧ ଡିଷ୍ଟଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ବିଭାଗ ରେଡ କରିଛି । ଚଢ଼ାଉ ବେଳେ ଶହ ଶହ କୋଟି ଟଙ୍କା ଜବତ । ଭୁବନେଶ୍ବର, ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ରାୟଗଡ଼ା ସହ ରାଜ୍ୟ ବାହାରେ ଥିବା ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ମିଳିଛି ।

ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ଘର ଚଟାଣ, ଡ୍ରଇଁ ରୁମ. ପଲଙ୍କ, ରୋଷେଇ ଘରୁ ବିଡ଼ା ବିଡ଼ା ଟଙ୍କା ବାହାରିଛି । ଟଙ୍କା ଗଣି ଗଣି ଆୟକର ଟିମ ତାଜୁବ ରହିଛି । ଏତେ ଟଙ୍କା ଯେ, ବିଳମ୍ବିତ ରାତି ଯାଏ ଟଙ୍କା ଗଣା ଯାଇଛି । ମୋଟ ଟଙ୍କାର ପରିମାଣ ୩ଶହ କୋଟି ଟପିପାରେ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସୁଛି ଏକ ବଡ଼ ଖୁସି ଖବର : ଏଣିକି ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ!

ତେବେ ଏ ସଂପର୍କରେ ଆୟକର ବିଭାଗ ପକ୍ଷରୁ କିଛି କୁହାଯାଇନାହିଁ । ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜାବତ ହୋଇଛି । ବୌଦ୍ଧ ରାମ୍ଭିକଟା ଗାଁ ନିକଟରେ ଥିବା ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଉପରେ ଚଢାଉରେ ୧୨ ଟି ଟିମ୍ ସାମିଲ ଥିଲେ ।

ସେହିପରି ରାୟଗଡ଼ା ସହରର ଗାନ୍ଧିନଗର ଠାରେ ମଦ ବେପାରୀଙ୍କ ଘରେ ଓ ଅଫିସରେ ଆୟକର ବିଭାଗ ଚଢାଉ ହୋଇଥିଲା । ସେହିପରି ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଅଧିକାରୀ ଚଢାଉ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଠିକ ଭାବେ ଟଙ୍କା ବିନିଯୋଗ ନକଲେ କ୍ଷତି ସହିବେ ଏହିସବୁ ରାଶି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

କୋଲକାତା ଓ ରାଞ୍ଚିରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସଂସ୍ଥାର ଅଫିସ, ନିର୍ଦ୍ଦେଶକ ଓ ଏମ୍ ଡିଙ୍କ ଘରେ ରେଡ୍ କରିଛନ୍ତି ଆୟକର ବିଭାଗର ଅଧିକାରୀ । ଦୀର୍ଘଦିନ ହେବ କମ୍ପାନୀ ବିଭିନ୍ନ ଉପାୟରେ ଆୟକର ଫାଙ୍କିବା ଅଭିଯୋଗ ହେଇଥିଲା ।

Share this story