ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସୁଛି ଏକ ବଡ଼ ଖୁସି ଖବର : ଏଣିକି ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ!

bank will remain closed for two days in week

ଓଡ଼ିଆ ଗସିପ ବ୍ୟୁରୋ: ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ଆସୁଛି ଏକ ବଡ଼ ଖୁସି ଖବର । ଏଣିକି ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ । କେନ୍ଦ୍ର ସରକାର ସବୁ ଶନିବାର ବ୍ୟାଙ୍କ ଛୁଟି ଘୋଷଣା ଉପରେ ନିଷ୍ପତ୍ତି ନେଇପାରନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବ୍ୟାଙ୍କରେ ସପ୍ତାହରେ ୫ ଦିନ କାର୍ଯ୍ୟଦିବସ ପ୍ରସ୍ତାବ ସରକାରଙ୍କ ପାଖରେ ରହିଛି । ଏ ନେଇ ରାଜ୍ୟସଭା ସାଂସଦ ସୁମିତ୍ରା ବାଲ୍ମୀକ ଗୃହରେ ଅର୍ଥ ମନ୍ତ୍ରାଳୟକୁ ପ୍ରଶ୍ନ କରିଛନ୍ତି । ଏହାର ଜବାବରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡା.କରାଦ୍‌ ସ୍ୱୀକାର କରିଛନ୍ତି ଯେ ସପ୍ତାହରେ ୫ କାର୍ଯ୍ୟଦିବସ ପ୍ରସ୍ତାବ ସରକାରଙ୍କ ନିକଟରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: ଠିକ ଭାବେ ଟଙ୍କା ବିନିଯୋଗ ନକଲେ କ୍ଷତି ସହିବେ ଏହିସବୁ ରାଶି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) ପକ୍ଷରୁ ବ୍ୟାଙ୍କରେ ସବୁ ଶନିବାର ଛୁଟି ଘୋଷଣା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆଇବିଏ ହେଉଛି ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପରିଚାଳନା ପ୍ରତିଷ୍ଠାନ ।

ସାଂସଦ ପ୍ରଶ୍ନ କରିଥିଲେ ଯେ ବ୍ୟାଙ୍କରେ ୫ କାର୍ଯ୍ୟ ଦିବସ ଯୋଜନା ଲାଗୁ କରିବା ଉପରେ ବ୍ୟାଙ୍କ ସଂଘ ପକ୍ଷରୁ କୌଣସି ଦାବି କରାଯାଇଛି କି ? ଏହାକୁ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ଅଛି କି ? ଏହାର ଜବାବରେ ମନ୍ତ୍ରୀ ହଁ ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ: ଆଇଏଏସ୍ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ କେଉଁ ପଦବୀ ମିଳିଲା...

ଉଲ୍ଲେଖଯୋଗ୍ୟ ଯେ ୨୦୧୫ ଅଗଷ୍ଟ ୨୦ର ଏକ ବିଜ୍ଞପ୍ତିରେ ବ୍ୟାଙ୍କଗୁଡିକରେ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ସାର୍ବଜାନୀନ ଛୁଟି ଘୋଷଣା କରାଯାଇଥିଲା ।

Share this story