ଠିକ ଭାବେ ଟଙ୍କା ବିନିଯୋଗ ନକଲେ କ୍ଷତି ସହିବେ ଏହିସବୁ ରାଶି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

Horoscope of December 7 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୭ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...।

ମେଷ: ସମାଜରେ ମାନସମ୍ମାନର ଅଧିକାରୀ ହେବେ । କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ପରିଶ୍ରମ ଅନୁଯାୟୀ ସଫଳତା ପାଇବେ । ବିଦ୍ୟାର୍ଥୀମାନେ ଖେଳକୁଦରେ ଧ୍ୟାନ ଦେବେ ।

ବୃଷ: ସାହିତ୍ୟ ଓ କଳା ପ୍ରତି ରୁଚି ବଢ଼ିବ । ଦୀର୍ଘଦିନର ସ୍ବପ୍ନ ସାକାର ହେବ । ପ୍ରିୟଜନଙ୍କୁ ପ୍ରାଧାନ୍ୟ ଦେଇ ଗୁରତ୍ବପୂର୍ଣ୍ଣ କାର୍ଯ୍ୟକୁ ଅବହେଳା କରିପାରନ୍ତି । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ଆୟ ଅନୁସାରେ ବ୍ୟୟ ହେବ ।

ମିଥୁନ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ନୂତନ ବ୍ୟବସାୟ ଆରମ୍ଭ କରିପାରିବେ । ଆର୍ଥିକସ୍ଥିତିରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଗୁରୁଜନଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତିତ ରହିେବ ।

ଅଧିକ ପଢ଼ନ୍ତୁ: ନୂଆ ବର୍ଷରେ ଏହି ରାଶିଙ୍କ ଉପରେ ଶନିଙ୍କ କୃପା ଦୃଷ୍ଟି; ଯାହା ଇଚ୍ଛା କରିବେ ତାହା ଘଟିବ !

କର୍କଟ: ଭାଇଭଉଣୀଙ୍କ ସହ ଦିନଟି ଭଲରେ କଟିବ । ସ୍ବାସ୍ଥ୍ୟାବସ୍ଥା ଭଲ ରହିବ। ବ୍ୟବସାୟିକ କାର୍ଯ୍ୟରେ ଅନୁଭବୀଙ୍କ ପରାମର୍ଶ ଲୋଡ଼ିବେ । ପରିବାରର ଆଶା ଅନୁସାରେ କାର୍ଯ୍ୟ କରିବେ ।

ସିଂହ: ନିଜ ପ୍ରତିଭାର ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଭବିଷ୍ୟତ ପାଇଁ ଅନେକ ପ୍ରକାର ଚିନ୍ତା ଲାଗି ରହିବ । ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖି କାର୍ଯ୍ୟ କରିବେ । ପୂର୍ବ ଅପେକ୍ଷା ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ ।

କନ୍ୟା: ପରିବାର ମଧ୍ୟରେ ତିକ୍ତତା ଉପୁଜିପାରେ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଚିନ୍ତାରେ ରହିେବ । ଉଦ୍ଧାର ଦେଇଥିବା ଟଙ୍କା ଫେରିପାଇବେ । ଜଗିରଖି ଦିନଟି ଚଳନ୍ତୁ ।

ତୁଳା: କର୍ମକ୍ଷେତ୍ରରେ ଅବହେଳା କରି କଷ୍ଟ ପାଇବେ । ବ୍ୟବସାୟରେ ଉନ୍ନତି ପାଇଁ ଭିନ୍ନ ଦିଗନ୍ତ ବାଛିବେ । ଜୀବନସାଥୀଙ୍କ ସହ ଦୂରଯାତ୍ରାର ଯୋଗ ରହିଛି । ଦ୍ବନ୍ଦ୍ବରେ ପଡ଼ି କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ ।

ଅଧିକ ପଢ଼ନ୍ତୁ: ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ବିଛା: ଦିନଟିରେ ଉତ୍ସାହିତ ରହିବେ । ବିଭିନ୍ନ ପ୍ରକାର କୌଶଳ ଆପଣାଇ କାର୍ଯ୍ୟରେ ସଫଳତା ପାଇବେ । ନୂତନ ସମ୍ପର୍କ ଭିନ୍ନ ମୋଡ଼ ନେଇପାରେ । କର୍ମକ୍ଷେତ୍ରରେ ନିରନ୍ତର ପ୍ରୟାସ କରି ପ୍ରଶଂସାର ପାତ୍ର ହେବେ ।

ଧନୁ: ପରିଶ୍ରମ ଅନୁସାରେ କମ୍‌ ଫଳ ପାଇବେ । ଭଲ ଭାବେ ଚିନ୍ତା କରି ଭବିଷ୍ୟତ ପାଇଁ ଯୋଜନା କରନ୍ତୁ । ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟ ହାସଲ ପାଇଁ ମିଷ୍ଟଭାଷୀ ହୁଅନ୍ତୁ ।

ମକର: ଧର୍ମକର୍ମରେ ନିୟୋଜିତ ରହିେବ । କଟୁ କଥା କୁହନ୍ତୁନାହିଁ । କର୍ମକ୍ଷେତ୍ରରେ ନିଜ ସୃଜନଶୀଳତା ପ୍ରକାଶ କରିବେ । ଦାମ୍ପତ୍ୟ ଜୀବନରେ ସ୍ଥିରତା ଦେଖାଦେବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କୁମ୍ଭ: ଆଜି ଦିନଟି ହସଖୁସିରେ ବିତିବ । କୌଣସି ନୂତନ ସୁଯୋଗ ପାଇଁ ଉତ୍ସାହିତ ହେବେ । ପରିବାର ସହ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିବେ । ଗୁରୁଜନଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।

ମୀନ: ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ । ଧାନ ଧର୍ମ କରନ୍ତୁ । ସମାଜରେ ସମ୍ମାନ ବୃଦ୍ଧି ହେବ । ଜମି ବିବାଦ ଦେଖାଦେଇପାରେ । ନିଜର ଗୋପନୀୟ କଥା ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ।

Share this story