ରାଜ୍ୟର ବିଭିନ୍ନ ସହର ମଧ୍ୟରେ ଖୁବ୍‌‌ଶୀଘ୍ର ଆରମ୍ଭ ହେବ ଛୋଟ ବିମାନ ଚଳାଚଳ! ଏହି ୧୦ ସ୍ଥାନରୁ ଉଡ଼ାଣ ଲକ୍ଷ୍ୟ
 

Small Aircraft will fly from district to district in odisha
ଜିଲ୍ଲାରୁ ଜିଲ୍ଲାକୁ ଉଡ଼ିବ ବିମାନ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାରୁ ଜାତୀୟ ଓ ଅନ୍ତର୍ଜାତୀୟ ରୁଟ୍‌‌ରେ ବିମାନ ଉଡ଼ାଣରେ ଅଭିବୃଦ୍ଧି ଆସୁଥିବା ବେଳେ ଖୁବ୍‌‌ଶୀଘ୍ର ରାଜ୍ୟର ବିଭିନ୍ନ ସହର ମଧ୍ୟରେ ଛୋଟ ବିମାନ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଏୟାରଲାଇନ୍ସଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେବେ। 

ଯଦି ବିମାନ ଚଳାଚଳ କମ୍ପାନୀ ଏଥିପ୍ରତି ଆଗ୍ରହ ପ୍ରକାଶ କରନ୍ତି, ତା’ହେଲେ ରାଜ୍ୟର ୧୦ଟି ଛୋଟ ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ରାଜ୍ୟରେ ଥିବା ୨୬ଟି ବିମାନବନ୍ଦର ମଧ୍ୟରୁ ସମ୍ପ୍ରତି ଭୁବନେଶ୍ୱର, ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ରଙ୍ଗେଇଲୁଣ୍ଡାରୁ ବିମାନ ଚଳାଚଳ ହେଉଛି। ଏଥିସହ ଉତ୍‌‌କେଲା ଓ ମାଲକାନଗିରିରୁ ସିଡ୍ୟୁଲ୍ଡ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। 

ଆଧିକ ପଢନ୍ତୁ :ମାସଟି ଏହି ରାଶି ପାଇଁ ସବୁଠୁ ଭାଗ୍ୟଶାଳୀ ରହିବା ସହ ଅଟକି ଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 

ଏହା ବ୍ୟତିତ ଓଡ଼ିଶାରେ ୨୦ଟି ବିମାନବନ୍ଦର ଏବଂ ଅନେକ ହେଲିପ୍ୟାଡ୍‌‌ ରହିଛି। ଏହାର ପ୍ରାୟ ଅଧା ବିମାନବନ୍ଦର/ଏୟାରଷ୍ଟ୍ରିପ୍‌‌କୁ କାର୍ଯ୍ୟକ୍ଷମ କରି ସେଠାରୁ ଛୋଟ ଛୋଟ ବିମାନ ଚଳାଚଳ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ କିଛି ଏୟାରଲାଇନ୍ସ ସହ ଆଲୋଚନା ପରେ ବିମାନ ସେବା ଆରମ୍ଭ ପାଇଁ ପ୍ରସ୍ତାବ ଆହ୍ୱାନ କରାଯାଇଛି।

ମୟୂରଭଞ୍ଜର ଅମର୍ଦ୍ଦା ରୋଡ଼ ଓ ଦାଣ୍ଡବୋସ, କେନ୍ଦୁଝରର ବଡ଼ବିଲ ଓ ରାଇସୁଆଁ, ସମ୍ବଲପୁରର ହିରାକୁଦ, ବରଗଡ଼ର ପଦ୍ମପୁର, ନୂଆପଡ଼ା, ବଲାଙ୍ଗିରର ତୁଷରା, କନ୍ଧମାଳର ଗୁଡାରୀରୁ ଛୋଟ ବିମାନ ଚଳାଚଳ ଆରମ୍ଭ ପାଇଁ ଯୋଜନା ହୋଇଛି। ୯ ସିଟ୍‌‌ ଏବଂ ୨୦ ସିଟ୍‌‌ ବିଶିଷ୍ଟ ଛୋଟ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଆହ୍ୱାନ କରାଯାଇଛି। ଯେ କୌଣସି ସିଡ୍ୟୁଲ୍‌‌ଡ ଏବଂ ନନ୍‌‌-ସିଡ୍ୟୁଲ୍‌‌ଡ ଏୟାରଲାଇନ୍ସ ବିମାନ ସେବା ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ ହେବେ। ଗୋଟିଏ ଦିନରେ ସର୍ବନିମ୍ନ ୩ଟି ଏବଂ ସର୍ବାଧିକ ୭ଟି ଏୟାରଷ୍ଟ୍ରିପ୍‌‌କୁ ଉଡ଼ାଣ କରିପାରିବେ। 

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଗୋଟିଏ ନିର୍ଦ୍ଧିଷ୍ଟ କମ୍ପାନୀର ବିମାନ ଯେପରି ସମସ୍ତ ରୁଟ୍‌‌କୁ ସଂଯୋଗ କରିବ ତାହା ସୁନିଶ୍ଚିତ କରାଯିବ। ରାଜ୍ୟ ସରକାରଙ୍କ ଠାରୁ ଭାୟାବଲ୍‌‌ ଗ୍ୟାପ୍‌‌ ଫଣ୍ଡିଂ (ଭିଜିଏଫ୍‌‌) ଅବା ଆର୍ଥିକ ପ୍ରୋତ୍ସାହନ ପାଇବାକୁ ହେଲେ ଗୋଟିଏ ସପ୍ତାହରେ ଅନ୍ତତଃ ଦୁଇଟି ବିମାନ ଚଳାଚଳ କରୁଥିବା ଜରୁରୀ। ଯଦି ବିମାନ ଚଳାଚଳ ସମୟ ଅବା ଦିବସରେ କିଛି ପରିବର୍ତ୍ତନ କରାଯାଏ ତା ହେଲେ ନିୟମ ଅନୁସାରେ ଯାତ୍ରୀମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯିବ।

ଅନ୍ତର୍ଜାତୀୟ, ଘରୋଇ ରୁଟ୍‌‌ ହେଉ ଅବା ଆନ୍ତଃରାଜ୍ୟ ରୁଟ୍‌‌, ସବୁଠି ବିମାନ ଚଳାଚଳକୁ ରାଜ୍ୟ ସରକାର ଅଗ୍ରାଧିକାର ହେଉଛନ୍ତି। ନିଜ ଉଦ୍ୟମରେ ଭୁବନେଶ୍ୱରରୁ ଦୁବାଇ, ବ୍ୟାଙ୍ଗକକ୍‌‌ ଏବଂ ସିଙ୍ଗାପୁରକୁ ରାଜ୍ୟ ସରକାର ବିମାନ ଚଳାଚଳ ଆରମ୍ଭ କରିବା ପରେ ଦୁଇ ତିନି ମାସ ଭିତରେ ଏୟାର ଏସିଆ ଭୁବନେଶ୍ୱର-କୁଆଲାଲୁମ୍ପୁର ମଧ୍ୟରେ ବିମାନ ସେବା ଆରମ୍ଭ ପାଇଁ ଆଗ୍ରହ ପ୍ରକାଶ କରିଛି। 

ସେହିପରି ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ତେବେ ରାଜ୍ୟରେ ଶିଳ୍ପାୟନରେ ଦ୍ରୁତ ଅଭିବୃଦ୍ଧି ସହିତ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା, ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ବିମାନ ସେବାର ସମ୍ପ୍ରସାରଣ ଜରୁରୀ ହୋଇପଡ଼ିଛି। ଏପରିସ୍ଥଳେ ଆନ୍ତଃରାଜ୍ୟ ବିମାନ ସେବା ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଆଗାମୀ ଦିନରେ ରାଜ୍ୟର ଅଭିବୃଦ୍ଧିକୁ ଖୋରାକ ଯୋଗାଇବ ବୋଲି କୁହାଯାଉଛି।

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ
 

Share this story