ଜବତ ଗାଡିକୁ ଛାଡିବା ପାଇଁ ନେଉଥିଲେ ୨ ହଜାର ଲାଞ୍ଚ, ଥାନା ଏସ୍‌ଆଇଙ୍କୁ ମାଡି ବସିଲା ଭିଜିଲାନ୍ସ 
 

SI Of Saheed Nagar Police Station In Vigilance Net
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭୁବନେଶ୍ବର ସହିଦନଗର ଥାନା ଏସ୍‌ଆଇ। ଜବତ ହୋଇଥିବା ଏକ ଗାଡିକୁ ଛାଡିବା ପାଇଁ  ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ସହିଦନଗର ଥାନା SI ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ।

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

ସହିଦନଗର ଥାନା ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନ ପୂର୍ବରୁ ୩ ହଜାର ଟଙ୍କା ଲାଞ୍ଚ ନେଇଥିବା ନେଇ ଅଭିଯୋଗ ପାଇଥିଲା ଭିଜିଲାନ୍ସ । ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଫେରାଉନଥିଲେ SI ଜଣଙ୍କ । ବର୍ତ୍ତମାନ ଏହି କେସରେ ଦୁଇଟି ସ୍ଥାନରେ ରେଡ଼ ଚାଲିଛି । ଭୁବନେଶ୍ୱର ଭିଜିଲାନ୍ସ ଏହି ଚଢ଼ାଉ ଜାରି ରଖିଛି।

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 
 

Share this story