OSRTC ବସ୍‌କୁ ଧକ୍କା ଦେଲା ଘରୋଇ ବସ୍‌, ଦୁଇ ବସ୍‌ର ଡ୍ରାଇଭର ସହ ଏକାଧିକ...
 

Several Injured As Pvt Bus hits OSRTC Bus In Odisha Capital
ବାଣୀବିହାର ଛକରେ OSRTC ବସ୍‌କୁ ଧକ୍କା ଦେଲା ଘରୋଇ ବସ୍‌

ଓଡ଼ିଆ ଗସିପ୍ ବ୍ୟୁରୋ: ଜାତୀୟ ରାଜପଥ-୧୬, ବାବାଣୀବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା। OSRTC ବସ୍‌କୁ ଧକ୍କା ଦେଇଛି ଘରୋଇ ବସ୍‌ । ଏହା ଦ୍ୱାରା ଦୁଇ ବସ୍‍ର ଡ୍ରାଇଭର ଓ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ କ୍ୟାପିଟାଲ୍‍ ହସ୍‍ପିଟାଲ ରେ ଭର୍ତ୍ତି କରାଯାଇଛି।  

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ ବ୍ରେକ୍‌ ଫେଲ ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ : ଧାର କରଜ କରି କାମ ଚଳାଇବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ଏହି ରାଶି ଲୋକ, ପଢନ୍ତୁ ରାଶିଫଳ 

ଆଜି ପାହାନ୍ତାରେ ରାଜ୍ୟ ପରିବହନ ବିଭାଗର ଏକ ବସ୍‍ ବାଣୀବିହାର ଓଭରବ୍ରିଜ୍‍ ଉପରେ ଠିଆ ହୋଇଥିବାବେଳେ ଆଉ ଏକ ବସ୍‍ ପଛପଟୁ ଧକ୍କା ଦେଇଥିଲା। ଘନ କୁହୁଡ଼ି ଯୋଗୁ ଡ୍ରାଇଭରଙ୍କୁ ବସ୍‍ ଦେଖାଯାଇ ନଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ନିକଟରେ ଲଗାତାର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଏପରି ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। 

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story