୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ ସେଟେଲମେଣ୍ଟ ଅମିନ
 

Settlement Amin Caught Taking Bribe By Odisha Vigilance In balangir
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସେଟେଲମେଣ୍ଟ ଅମିନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ। ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲର ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁଙ୍କୁ ଆଜି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ସଦାନନ୍ଦ ସାହୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସଂପୃକ୍ତ ବ୍ୟକ୍ତି ଏ ନେଇ ଅଭିଯୋଗ କଲା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍।

ଆଧିକ ପଢନ୍ତୁ :ମାସଟି ଏହି ରାଶି ପାଇଁ ସବୁଠୁ ଭାଗ୍ୟଶାଳୀ ରହିବା ସହ ଅଟକି ଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 

ପୂର୍ବ ଯୋଜନା ମୁତାବକ ଅମିନ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାକୁ ମାଡି ବସିଥିଲେ ଭିଜିଲାନ୍ସ କର୍ମଚାରୀ ।ଟଙ୍କା ସହ ଅମିନଙ୍କୁ ଭିଜିଲାନ୍ସ ଧରିବା ପରେ ତାଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଛାନଭିନ କରୁଥିବା ସୂଚନା ମିଲିଛି ।

ସୂଚନା ଅନୁସାରେ ଶ୍ରୀ ସାହୁ ଅଭିଯୋଗକାରୀଙ୍କ ମ୍ୟୁଟେସନ କେସ ପରେ ପଟ୍ଟା ପାଇଁ ଲାଞ୍ଚ ମାଗିଥିଲେ । ଗତ ବର୍ଷ ଉକ୍ତ ମ୍ୟୁଟେସନ କେସ ହୋଇଥିବା ବେଳେ ଏହାର ପଟ୍ଟା କରିବା ପାଇଁ ଅଭିଯୋଗକାରୀ ଜଣକ ସେଟେଲମେଣ୍ଟ ଅମିନ ଶ୍ରୀ ସାହୁଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଶ୍ରୀ ସାହୁ ଏଦିଗରେ ପଦକ୍ଷେପ ନେବା ବଦଳରେ ଲାଞ୍ଚ ଆଶାରେ ଦିନ ଗଡାଇ ଚାଲିଥିଲେ । 

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ

ବାରମ୍ବାର ଅଭିଯୋଗକାରୀ ତହସିଲ ଦୈାଡିବା ପରେ ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ । ତାଙ୍କ ଅଭିଯୋଗକ୍ରମରେ ସୋମବାର ଯୋଜନା ମୁତାବକ ଶ୍ରୀ ସାହୁଙ୍କୁ ଅଭିଯୋଗକାରୀ ରସାୟନ ଲଗା ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ । 

ଉକ୍ତ ଟଙ୍କା ଶ୍ରୀ ସାହୁ ଗ୍ରହଣ କରିବା ପରେ ଭିଜିଲାନ୍ସ ଚଢାଉ କରି ଉକ୍ତ ଟଙ୍କା ସହ ଶ୍ରୀ ସାହୁଙ୍କୁ ଗିରଫ କରିଥିଲା । ଏନେଇ ସମ୍ବଲପୁର ଭିଜିଲାନ୍ସ କେସ ନଂ ୫/୨୦୨୪ ରେ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ସ୍ଥାନରେ ଚଢାଉ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

Share this story