ଗ୍ୟାସ ଟ୍ୟାଙ୍କର ସହ ଧକ୍କା ହେଲା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର, ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି
 

Senior BJD leader Prasanna Acharya injured in car accident
ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର। କାର ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ ଘଟିଥିଲା ଏକ ଦୁର୍ଘଟଣା। 

ଗତକାଲି ନବୀନ ନିବାସରେ ଦଳୀୟ ବୈଠକରେ ଯୋଗ ଦେଇ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଫେରୁଥିଲେ। ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥରେ ତାଙ୍କ ଗାଡ଼ିକୁ ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା। ମୁହାମୁହିଁ ଧକ୍କା ହେବା ଫଳରେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆଧିକ ପଢନ୍ତୁ :ଅଚାନକ ଧନପ୍ରାପ୍ତି ହେବା ସହ କର୍ମ କ୍ଷେତ୍ରରେ ବାଧାବିଘ୍ନ ଓ ବିବାଦ ଦେଖାଦେବ! ପଢନ୍ତୁ ଆଜିର ରାଶିଫଳ 

ତାଙ୍କୁ ପ୍ରଥମେ ରେଢାଖୋଲରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡ, ଆଖି,ନାକରେ ଗୁରୁତର ଆଘାତ ଲାଗିଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ତାଙ୍କୁ ଏୟାର ଆମ୍ବୁୁଲାନ୍ସ ଯୋଗେ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲକୁ ନିଆଯିବ। ତାଙ୍କ ସହ ପିଏସଓ ଓ ଡ୍ରାଇଭର ଥିବାବେଳେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି ।

ଆଧିକ ପଢନ୍ତୁ : ଗୋଟିଏ ରାଶିରେ ତିନି ଗ୍ରହଙ୍କ ମହା ମିଳନ, ତ୍ରିଗ୍ରାହୀ ଯୋଗ ଫଳରେ ଏହି ୩ ରାଶି ହେବେ ଧନବାନ୍!

Share this story