ଅଚାନକ ଧନପ୍ରାପ୍ତି ହେବା ସହ କର୍ମ କ୍ଷେତ୍ରରେ ବାଧାବିଘ୍ନ ଓ ବିବାଦ ଦେଖାଦେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Thursday 15th March 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା....

ମେଷ ରାଶି: ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମ କଲେ ଭଲ ହେବ।

ବୃଷ ରାଶି: ଆଜି ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।

ଆଧିକ ପଢନ୍ତୁ : ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଏମାନଙ୍କ ଆର୍ଥିକ କ୍ଷେତ୍ରରେ ଅବନତି ଦେଖା ଦେବ! ପଢନ୍ତୁ ସାପ୍ତାହିକ ରାଶିଫଳ 

ମିଥୁନ ରାଶି: ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। ଖାଦ୍ୟ ବ୍ୟବସାୟୀ ମାନେ ଲାଭବାନ ହେବେ। ନୂଆ ନିଯୁକ୍ତି ନେଇ ଯୋଗ ରହିଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମକଦ୍ଦମାରେ ସଫଳତା ମିଳିବ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।

କର୍କଟ ରାଶି: ଯାତ୍ରା ସମୟରେ ସତର୍କ ରୁହନ୍ତୁ । କର୍ମ କ୍ଷେତ୍ରରେ ବାଧାବିଘ୍ନ ଓ ବିବାଦ ଦେଖାଦେବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ବନ୍ଧୁଙ୍କ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନ ପନ୍ଥା ଅନୁସରଣ କରିବେ।

ସିଂହ ରାଶି: ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଧନ ଲାଭ ଯୋଗୁଁ ମନ ଖୁସି ରହିବ। କାର୍ଯ୍ୟ ପୂରଣରେ ବିଳମ୍ବ ହେବ। ସମୟ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ।

କନ୍ୟା ରାଶି: ବ୍ୟୟ ବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି ହେବ। ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମ କ୍ଷେତ୍ରରେ ପଦୋନ୍ନତି ସହ ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ ନେଇ ଯୋଗ ରହିଛି। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବେ । ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟା ବଢ଼ାଇବ।

ତୁଳା ରାଶି: ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।  ସାମାଜିକ କାର୍ଯ୍ୟରେ ସଫଳତା ଓ ମାନ ସମ୍ମାନ ବୃଦ୍ଧି ହେବ। ଯାତ୍ରା ସମୟରେ ଆନନ୍ଦରେ ସମୟ କଟିବ।

ଆଧିକ ପଢନ୍ତୁ : ଆପଣ ଦେଖୁଛନ୍ତି କି ଏହି ସବୁ ସ୍ବପ୍ନ, ତେବେ ଜାଣିରଖନ୍ତୁ, ନିଶ୍ଚୟ ହେବ ଧନହାନି!

ବିଛା ରାଶି: ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ ।

ଧନୁ ରାଶି: ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବନାହିଁ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି ହେବ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ଧନହାନୀ ନେଇ ଯୋଗ ରହିଛି ।

ମକର ରାଶି: ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।

କୁମ୍ଭ ରାଶି: ଗୁରୁଜନ ଓ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ। ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ । ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।

ମୀନ ରାଶି: ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ହୋଇପାରେ । ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ଜନମଙ୍ଗଳ କାର୍ଯ୍ୟ କିମ୍ବା ସଭା ସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ।

ଆଧିକ ପଢନ୍ତୁ : ଗୋଟିଏ ରାଶିରେ ତିନି ଗ୍ରହଙ୍କ ମହା ମିଳନ, ତ୍ରିଗ୍ରାହୀ ଯୋଗ ଫଳରେ ଏହି ୩ ରାଶି ହେବେ ଧନବାନ୍!
 

Share this story