ଓଡ଼ିଶା ଜମାକାରୀଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ ରାଜ୍ୟ ସରକାର

sahara india investors will get their money back

ଓଡ଼ିଆ ଗସିପ୍ ବ୍ୟୁରୋ: ସାହାରା ଗ୍ରୁପ୍‌‌ରେ ନିବେଶ କରିଥିବା ରାଜ୍ୟର ସମସ୍ତ ନିବେଶକମାନେ ନିଜର ଟଙ୍କା ଫେରିପାଇବେ । ଏନେଇ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ଚିଠି ଲେଖି ତଥ୍ୟ ଦାଖଲ କରିଛି ରାଜ୍ୟ ସମବାୟ ବିଭାଗ । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସାହାରା ଗ୍ରୁପ୍‌‌ ସମବାୟ ସମିତି ଅଧୀନରେ ନିବେଶକମାନେ ଅର୍ଥ ନିବେଶ କରିଥିଲେ ।

ମାତ୍ର ସାହାରା ଗ୍ରୁପ୍‌‌ ଦେବାଳିଆ ହୋଇଯିବା ପରେ ଏହି ଟଙ୍କା ଅଟକି ରହିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଓ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ପରେ ଅର୍ଥ ଫେରାଇବା ନେଇ ପ୍ରକ୍ରିୟା ଆରମ୍ଭ କରିବା ସହ ସ୍ୱତନ୍ତ୍ର ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଣୁ ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ନିବେଶକମାନଙ୍କୁ ସାମିଲ କରି ରାଜ୍ୟବାସୀଙ୍କ ଟଙ୍କା ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଛି ।

ଅଧିକ ପଢ଼ନ୍ତୁ : DN HOMES ପରେ ଅମୀୟ ଦାସଙ୍କ ପାଳି ! ଆଇଟି ମାରିପାରେ ଖୁବଶୀଘ୍ର ଛାପା, ଦେଖନ୍ତୁ ଏହି ଭିଡିଓ...

ରାଜ୍ୟବାସୀଙ୍କ ନିବେଶ ପରିମାଣ ୪ ହଜାର ୬୦୦ କୋଟି ଟଙ୍କା ବୋଲି ସମବାୟ ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି । ନିବେଶକମାନେ କିଭଳି ଭାବେ ଫେରିପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମବାୟ ବିଭାଗ ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରିଥିଲା ।

କେଉଁ ଜିଲ୍ଲାରେ କେତେ ସଂଖ୍ୟକ ନିବେଶକ ରହିଛନ୍ତି ଓ କେଉଁ ନିବେଶକଙ୍କର କେତେ ଟଙ୍କା ସାହାରା ଗ୍ରୁପରେ ଫସିରହିଛି, ସେନେଇ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ : ବିଜେଡିକୁ ବାମ୍ଫ ଦେଇ ଆସାମର ରାଜ୍ୟପାଳ ହେବେ ସୌମ୍ୟ!, ଦେଖନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଲର ଭିଡିଓ...

ଉକ୍ତ ତାଲିକାକୁ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ ତରଫରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି । ତାଲିକାକୁ ଯାଞ୍ଚ କରି ରାଜ୍ୟ ସମବାୟ ବିଭାଗକୁ ସୂଚନା ପ୍ରଦାନ କରିବା ସହ ନିବେଶକଙ୍କୁ ଟଙ୍କା ଫେରାଇବା ନେଇ କାର୍ଯ୍ୟକ୍ରମ ହାତକୁ ନେବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

Share this story