ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା, ଜାଣନ୍ତୁ କାହିଁକି NAAC ଟିମ୍‌ ଦେଲା ଏହି ମାନ୍ୟତା 
 

Ravenshaw University in Odisha gets A PLUS PLUS grade from NAAC Credit
ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ  NAAC  A++ ମାନ୍ୟତା ମିଳିଛି। NAAC(National Assessment and Accreditation Council)ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । 

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା! ଓଡିଶାରେ ପ୍ରଭାବ ନେଇ ଜାଣନ୍ତୁ କଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ନାକ୍‌ର ଏକ ୫ ଜଣିଆ ଟିମ୍  ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଧ୍ୟାନ କରିଥିଲେ । ଏହାପରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି।

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ A++ ମାନ୍ୟତା ମିଳିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ନାକ୍‌ ଟିମ୍‌ ପକ୍ଷରୁ A++ ମାନ୍ୟତା ଦିଆଯାଇଛି। ଯାହାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। 

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

ରେଭେନ୍ସା କର୍ତ୍ତୃପକ୍ଷଙ୍କ ସହ ଛାତ୍ରଛାତ୍ରୀ ସମସ୍ତେ ବାଜା ବଜାଇ ନାଗଗୀତରେ ମସଗୁଲ ହୋଇଛନ୍ତି। କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ଏ ପ୍ଲସ ପ୍ଲସ ମାନ୍ୟତା ମିଳିଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।

ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା
 

Share this story