ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କଲେ ରାଜ୍ୟ ସରକାର
 

Pradeep Jena Gets Six Month Extension As Odisha Chief Secretary
୬ ମାସ ବଢ଼ିଲା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜ୍ୟ ସରକାର କରିଥିବା ସୁପାରିଶକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। 

ଅଧିକ ପଢନ୍ତୁ :୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ୩ଟି ରାଜଯୋଗ, ନୂଆ ବର୍ଷରୁ ମାଲେମାଲ୍ ହେବେ ଏହି ୪ ରାଶି

ଯାହା ଫଳରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ୩୦.୦୬.୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ସୂଚନାଯୋଗ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୨୦୨୩ ଡିସେମ୍ବର ୩୧ ତାରିଖରେ ସରିବାର ଥିଲା। 

ଅଧିକ ପଢନ୍ତୁ :ଶୁକ୍ରଙ୍କ ଚଳନ ଫଳରେ ଏହି ୪ ରାଶିଙ୍କ ପାଇଁ ପାଲଟିବ ବରଦାନ! ନୂଆବର୍ଷ ପୂର୍ବରୁ ମିଳିବ ଧନ..

ଚଳିତ ବର୍ଷ ମାର୍ଚ୍ଚ ମାସରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ପ୍ରଦୀପ ଜେନା। ତେବେ ଆଜି ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ାଯାଇଛି।

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ
 

Share this story