ଏକ ପରିତ୍ୟକ୍ତ ଘରେ ରେଡ୍‌ ବେଳେ ନିଶା ମାଫିଆଙ୍କ ଆକ୍ରମଣରେ ପୋଲିସ ଏସଆଇ ଆହତ, ୪ ଗିରଫ

Police Sub Inspector injured in attack by drug Mafia During Raid
ଚଢାଉବେଳେ ନିଶା ମାଫିଆଙ୍କ ଆକ୍ରମଣରେ ପୋଲିସ ଏସଆଇ ଆହତ, ୪ ଗିରଫ

ଓଡ଼ିଆ ଗସିପ୍ ବ୍ୟୁରୋ: ଧଉଳି ଥାନା ଏସଆଇଙ୍କୁ ନିଶା ମାଫିଆଙ୍କ ଆକ୍ରମଣ । ଧଉଳି ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘରେ ରେଡ୍‌ ବେଳେ ଏସଆଇ ରମେଶ ଭୋଳଙ୍କୁ ଆକ୍ରମଣ କଲେ ନିଶା ମାଫିଆ । ଅଭିଯୁକ୍ତଙ୍କ ଆକ୍ରମଣରେ ରମେଶଙ୍କ ମୁଣ୍ଡ ଫାଟି ଯାଇଛି। 

ଅଧିକ ପଢନ୍ତୁ : କିଏ ସେହି ଭାସ୍କର ସାହୁ ? ଯିଏ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କଲା କାଳିମାଡ

କିଛି ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଏକ ଅପରାଧିକ ମାମଲାରେ ସଂପୃକ୍ତି ଥିଲେ ୪ ଜଣ । ସୂଚନା ଅନୁସାରେ, ଧଉଳି ଥାନା ଅଧୀନ ଏସବିଆଇ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ନିଶା କରିବାର। 

ଅଧିକ ପଢନ୍ତୁ :କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଘଟଣାର ଖବର ପାଇ ଏସଆଇ ରମେଶ ଭୋଳ ନିଶା ମାଫିଆଙ୍କୁ ଧରିବା ପାଇଁ ଚଢାଉ କରିଥିଲେ। ଏହି ସମୟରେ ମାଫିଆ ମାନେ ଏସଆଇଙ୍କ ମୁଣ୍ଡକୁ ହାତୁଡ଼ିରେ ବାଡେଇଥିଲେ। ଫଳରେ ଆକ୍ରମଣରେ ଶିକାର ହୋଇଥିବା ପୋଲିସ କର୍ମଚାରୀ ଆହତ ଅବସ୍ଥାରେ ଡାକ୍ତର ଖାନରେ ଭର୍ତ୍ତି ହୋଇଛନ୍ତି।

Share this story