କିଏ ସେହି ଭାସ୍କର ସାହୁ ? ଯିଏ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କଲା କାଳିମାଡ

Bhaskar sahu who ink attack on 5t secretary was a BJP man
କିଏ ସେହି ଭାସ୍କର ସାହୁ ? ଯିଏ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କଲା କାଳିମାଡ

ଓଡ଼ିଆ ଗସିପ୍ ବ୍ୟୁରୋ: ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ କରିଥିବା ଅଭିଯୁକ୍ତ ଯୁବକଙ୍କ ପରିଚୟ ମିଳିଛି । କାଳିମାଡ କରୁଥିବା ଯୁବକ ଜଣକ ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ୫ଟି ସଚିବଙ୍କୁ କାଳିମାଡ କରିବା ପରେ ଭାସ୍କରଙ୍କୁ ପୁଲିସ କାବୁ କରିବା ସହ ନିଜ ହେପାଜତରେ ରଖିଛି ।

ସେପଟେ ଅଭିଯୁକ୍ତ ଭାସ୍କରକୁ ନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବଡ଼ ଖୁଲାସା କରିଛନ୍ତି। ଉମାକାନ୍ତ ସାମନ୍ତରାୟ କହିଛନ୍ତି ଅଭିଯୁକ୍ତ ଭାସ୍କର ସାହୁ ଘୃଣ୍ୟ କାମ କରିଛି। ମୋ ପଞ୍ଚାୟତର ପାଖ ପଞ୍ଚାୟତ ବଡାଲ ବାସିନ୍ଦା ଭାସ୍କର। କଣାସ ବ୍ଲକ ବଡାଲ ପଞ୍ଚାୟତ ହରିପୁରର ଭାସ୍କର ସାହୁ। ଗତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଭାସ୍କର । ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଥିଲା ଭାସ୍କର ସାହୁ । ଭାସ୍କର ପାଇଁ ସ୍ୱାଭିମାନ ଓ ସଂଗ୍ରାମୀ ମାଟି ସତ୍ୟବାଦୀ ଆଜି ନିନ୍ଦନୀୟ ହୋଇଛି। ପଞ୍ଚଶଖାଙ୍କ ମାଟିରେ ଏପରି କାର୍ଯ୍ୟକୁ ସମଗ୍ର ସତ୍ୟବାଦୀ ନିନ୍ଦ କରୁଛି ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି।

ଅଧିକ ପଢନ୍ତୁ : ପାଣ୍ଡିଆନଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ବିରୋଧୀ: କାଳି ଫିଙ୍ଗିବା ପଛରେ କାହାର ରହିଛି ହାତ?

ଅନ୍ୟପଟେ ୫ଟି ସଚିବଙ୍କ ଉପରେ କାଳି ମାଡ଼ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି।। ରାଜ୍ୟ ସରକାରଙ୍କର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ଜମନଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ବେଳେ ତାଙ୍କ ଉପରେ ଏମିତି ଭାବରେ କାଳିମାଡ଼ ଅସହିଷ୍ଣୁତା ପରିଚୟ। ରାଜ୍ୟ ବିକାଶକୁ ସହି ପାରୁନାହାନ୍ତି ବିରୋଧୀ।

ଅଧିକ ପଢନ୍ତୁ : କଲେଜ ସଭାରେ ଯୋଗ ଦେବାବେଳେ 5T ସଚିବ ପାଣ୍ଡିଆନ୍‌ଙ୍କୁ କାଳିମାଡ଼

୫ଟି ସଚିବଙ୍କୁ କାଳି ଫିଙ୍ଗିବା ଏକ କାପୁରୁଷତାର କାର୍ଯ୍ୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହ ସବୁ ବର୍ଗର ଅଭିଯୋଗ ଶୁଣି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇ ସମାଧାନ କରିବା ଭଳି କାମ କରୁଥିବା ଜଣେ ଲୋକପ୍ରିୟ ପ୍ରଶାସକଙ୍କ ପ୍ରତି ଏଭଳି ଭୀରୁ ଆଚରଣଙ୍କୁ ଓଡିଶା କର୍ମଚାରୀ ମହାମଞ୍ଚର ଅଧ୍ୟକ୍ଷ ପ୍ରଭାତ ମହାନ୍ତି ନିନ୍ଦା କରିବା ସହ ତୁରନ୍ତ ଅପରାଧୀଙ୍କୁ ଗିରଫ କରି କଡା ଦଣ୍ଡ ଦେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

Share this story