ପାଣ୍ଡିଆନଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ବିରୋଧୀ: କାଳି ଫିଙ୍ଗିବା ପଛରେ କାହାର ରହିଛି ହାତ?

Nobody can stop the development work carried by VK pandian

ଓଡ଼ିଆ ଗସିପ୍ ବ୍ୟୁରୋ: ଦିନକୁ ଦିନ ସେ ଲୋକପ୍ରିୟତାର ଶୀଖର ଛୁଉଁଛନ୍ତି । ଓଡ଼ିଶାବାସୀଙ୍କ ଆର୍ଶୀବାଦ ପାଉଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ସଚିବ ତଥା ନବୀନ ଓଡ଼ିଶାର ବିନ୍ଧାଣୀ ଭିକେ ପାଣ୍ଡିଆନଙ୍କୁ ହୋଇଥିବା ସତ୍ୟବାଦୀରେ କାଳିମାଡକୁ ନେଇ ଏବେ ରାଜନୀତି ଜୋର ହୋଇଛି । ବିରୋଧୀ କାହିଁକି ଏତେ ବ୍ୟତିବ୍ୟସ୍ତ ଏତେ ଇର୍ଷା ପରାୟଣ ହେଉଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ସାଧାରଣ ଜନତା ।

ଆଜିର ଘଟଣା ପରେ ଯେଉଁଭଳି ଭାବରେ ଫାଇଭ୍ ଟି ସଚିବଙ୍କ କାର୍ଯ୍ୟକ୍ରମକୁ ଆସିଥିବା ମହିଳାମାନେ ପାଣ୍ଡିଆନଙ୍କ ମୁହଁ ପୋଛି ଦେଲେ ଏବଂ ହୁଳ ହୁଳି ପକାଇଲେ ଏଥିରୁ ଗୋଟିଏ କଥା ହିଁ ପ୍ରମାଣିତ ହୋଇଛି ଯେ, ସେ ଓଡ଼ିଶାର ସର୍ବଶ୍ରେଷ୍ଠ ଲୋକପ୍ରିୟ ଆଇଏଏସ ଅଫିସର । ଯାହାଙ୍କ ଭିଜନ ଓ ନବୀନ ବାବୁଙ୍କ ଆଦର୍ଶକୁ ପାଥେୟ କରି ଓଡ଼ିଶା ଆଗକୁ ବଢୁଛି ।

ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ଓଲିଉଡ ଅଭିନେତ୍ରୀ, ପ୍ରକୃତି ମିଶ୍ରଙ୍କ ଏହି ପ୍ରତିଭା ଦେଖି ଗର୍ବ କରୁଛି ସାରା ଭାରତ, ଦେଖନ୍ତୁ Viral ଭିଡିଓ

ସେପଟେ ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳି ମାଡ଼ ପରେ ଏହାକୁ ଓଡ଼ିଶାବାସୀ ଗ୍ରହଣ କରିନାହାନ୍ତି । ଏପରି କରିବା ଅର୍ଥ ବିରୋଧୀ ଭୋକ ବିକଳରେ ତାଡିଆ କାମୁଡିବା ଭଳି ହୋଉଛି । ସେପଟେ ସୋସିଆଲ ମିଡିଆରେ ଏହାକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ଏହାକୁ ବିରୋଧୀଙ୍କ ଷଡ଼ଯନ୍ତ୍ର ଯାହା କେବେବି ସଫଳ ହେବନି ବୋଲି କହିଛି ।

ସେପଟେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳଙ୍କ ମୁହଁରେ ହୋଇଥିବା କାଳିମାଡ଼ ଘଟଣାକୁ ଶାସକ ବିଜେଡି ନିନ୍ଦା କରିଛି । ବିଜେଡି ନେତା ସ୍ୱୟଂ ପ୍ରକାଶ ମହାପାତ୍ର ଏହି ଘଟଣାକୁ ନିନ୍ଦା କରିବା ସହ ଫେସବୁକରେ ଲେଖିଛନ୍ତି ଯେ, କିଛି ହାତ ହୁଏତ ଆକ୍ରମଣ କରିପାରେ ବା ଷଡ଼ଯନ୍ତ୍ର ରଚିପାରେ । ହେଲେ ଓଡ଼ିଶାର ଲକ୍ଷ ଲକ୍ଷ ମା', ଭଉଣୀଙ୍କ ସ୍ନେହବୋଳା ହାତ ସୁଶାସନର ଏ ରଥକୁ ସୁରକ୍ଷା ଦେଇଆସିଛି । ସେମାନଙ୍କ ପଣତ କାନି ସତ୍ୟର ଢାଲ ସାଜି ଅସତ୍ୟର ମୁକାବିଲା କରିଆସିଛି ଆଗକୁ ମଧ୍ୟ କରିବ ।

ଅଧିକ ପଢ଼ନ୍ତୁ: ଆଜି ବି ମନେ ପଡେ ସେହି ଫୋନ କଲ, ବିଜୟ ବର୍ବାଦ ଆଉ ଅତନୁ ସାବ୍ୟସ୍ତ ହେଲେ ଲକି

ଜଣାପଡୁଛି, ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ କରିଥିବା ଅଭିଯୁକ୍ତ ଯୁବକଙ୍କ ପରିଚୟ ମିଳିଛି । କାଳିମାଡ କରୁଥିବା ଯୁବକ ଜଣକ ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ଏଲଆଇସି ଏଜେଣ୍ଟ ଭାବେ କାମ କରନ୍ତି ଭାସ୍କର । ୫-ଟି ସଚିବଙ୍କୁ କାଳିମାଡ କରିବା ପରେ ଭାସ୍କରଙ୍କୁ ପୋଲିସ କାବୁ କରିବା ସହ ନିଜ ହେପାଜତରେ ରଖିଛି ।

Share this story